Spread the love

ଚୋରା ବାଲି ଚାଲାଣ ଅଭିଯୋଗରେ ୨ ମେସିନ୍ ସମେତ ୧୦ ହାଇୱା, ଟିପର ଜବତ

ଘଟଣାସ୍ଥଳରୁ ସମସ୍ତ ମାଫିଆ ଚାଳକ ଫେରାର

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରେ ଚୋରା ବାଲି ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଖଣିଜ ବିଭାଗ କୁ ମିଳିଛି ବଡ଼ ସଫଳତା। ସୂଚନା ମୁତାବକ ଓଡ଼ାପଡ଼ା ବ୍ଲକ୍ କଣ୍ଟାବଣିଆ ଥାନା ଅଞ୍ଚଳରେ ବିପୁଳ ପରିମାଣର ଚୋରା ବାଲି ଚାଲାଣ ହେଉଥିବା ଖଣିଜ ବିଭାଗ ଖବର ମିଳିଥିଲା। ଗତକାଲି ବିଳମ୍ବିତ ରାତିରେ ଖଣିଜ ବିଭାଗ ପକ୍ଷରୁ ମାନପୂର ସ୍ଥିତ ବାଲି ଘାଟରେ ଅଚାନକ଼୍ ଚଢାଉ କରିଥିଲା। ଖଣିଜ ବିଭାଗ ର ଚଢାଉ ଦେଖି ଘଟଣାସ୍ଥଳରୁ ଦୁଇ ବାଲି ଉଠାଣ ମେସିନ ଗାଡି ଫେରାର୍ ହେବା ସହ ଗାଡି ଚାଳକ ଓ ବାଲି ମାଫିଆମାନେ ଫେରାର୍ ହୋଇଯାଇଥିଲେ। ତେବେ ଘଟଣା ସ୍ଥଳରେ ୨ ମେସିନ୍ ସମେତ ୧୦ ହାଇୱା, ଟିପର ଜବତ କରିଥିଲେ। ସେଥିମଧ୍ୟରୁ ୯ଟି ଗାଡି ପୋଲିସ ତତ୍ତ୍ଵାବଧାନରେ ଥାନା କୁ ପହଞ୍ଚାଇଥିଲେ। ଦୁଇଟି ମେସିନ ଓ ଏକ ଟିପର ଗାଡି ଷ୍ଟାର୍ଟ ନହେବାରୁ ଆଜି ଦ୍ଵିପ୍ରହରର ସୁଦ୍ଧା ବାଲି ଘାଟରୁ ଥାନା କୁ ଆସି ନାହିଁ। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବାଲି ମାଫିଆଙ୍କ ଠାରୁ ପୋଲିସ ମୋଟ ଅଙ୍କର ଅର୍ଥ ନେଇ ଅଞ୍ଚଳରେ ଚୋରା କାରବାର ହେଉଛି। ଯାହାଦ୍ୱାରା ରାଜ୍ୟର କୋଟିକୋଟି ଟଙ୍କାର ରାଜସ୍ଵ ହାନି ଘଟିଛି। ଏହି ଚୋରା ଚାଲାଣ ରୋକିବା ଓ ମାଫିଆଙ୍କୁ ଗିରଫ ନେଇ ଦୁଇ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପାଇଁ ସଜବାଜ ହେଉଥିବା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *