୭୬ ତମ ସାଧାରଣତନ୍ତ୍ର ଦିବସ ଜୟହିନ୍ଦ୍
ଢେଙ୍କାନାଳ ଅବସର ପ୍ରାପ୍ତ ସୈନିକ ସଂଘ ତରଫରୁ ଜାନୁଆରୀ ୨୬ ତାରିଖରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଢେଙ୍କାନାଳ ଦକ୍ଷିଣକାଳୀ ରୋଡ ର ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଅମର ଯବାନଙ୍କ ସହିଦ ମିନାରରେ ଦିଗବନ୍ତ ସହିଦଙ୍କୁ ମାଲ୍ୟାର୍ପଣ କରିବା ପାଇଁ ସକାଳ ୭ ଟାରୁ ପ୍ରାୟ 100 ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସୈନିକ ଏକତ୍ରୀତ ହୋଇଥିଲେ। ଢେଙ୍କାନାଳ ସହର କୁ ଏହି କାର୍ଯ୍ୟକ୍ରମ ପାଳନ କରିବାକୁ ଆସିଥିବା ମୁଖ୍ୟ ଅତିଥି ସହରର ସମସ୍ତ ମହାପୁରୁଷ ମାନଙ୍କୁ ମାଲ୍ୟାର୍ପଣ କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଅମର ଜବାନ ସ୍ମୃତି ସ୍ତମ୍ଭ ରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରେ ସାମିଲ କରାଗଲା ନାହିଁ। ଏହା ଦେଶକୁ ରକ୍ଷା କରିବାକୁ ଯାଇ ଜୀବନ ବଳିଦାନ ଦେଇଥିବା ସୈନିକଙ୍କ ପ୍ରତି ଘୋର ଅପମାନ। ତେଣୁ ସମସ୍ତ୍ ଅବସରପ୍ରାପ୍ତ ସୈନିକ ମାନେ ଅସନ୍ତୁଷ୍ଟ ହୋଇ ଅମର ସହିଦ୍ ଙ୍କୁ ସମ୍ମାନ ଜଣାଇ ନିଜେ ନିଜେ ପତାକା ଉତ୍ତୋଳନ ଓ ମାଲ୍ୟାର୍ପଣ କରି ୯ ଟା ସମୟରେ ମନଦୁଃଖରେ ଫେରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)

