ମୁଖ୍ୟଅଭିଯୁକ୍ତ ସହ ଅନ୍ୟ ପାଞ୍ଚ ଅଭିଯୁକ୍ତ ଗିରଫ, ପାଞ୍ଚଟି ଚୋରୀ ବାଇକ୍ ଉଦ୍ଧାର୍।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତ ରେ ଏକ ଚୋରା ବାଇକ୍ ରାକେଟ ର ପର୍ଦ୍ଦାଫାଶ କରିଛି ଯୋଡ଼ା ପୋଲିସ୍। ଏଥିରେ ସଂପୃକ୍ତ ସମସ୍ତ ଛଅଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଯୋଡା ପୋଲିସ୍ । ସୂଚନା ଅନୁଯାୟୀ ଯୋଡା ସହର ସ୍ଥିତ ଆମ ବାଗ।ନ୍ ଠାରେ ରହୁଥିବା ବି .ଜୟ ରାମ ରେଡ୍ଡୀ ଙ୍କ ଘର ଅଗଣ।ରୁ ବାଇକି ଚୋରୀ ହୋଇ ଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଥିଲା ।,ଯୋଡା ଥାନା ଅଞ୍ଚଳରୁ ଚୋରି ହୋଇଥିବା ବାଇକ୍ ଟି କୁ ଚମ୍ପୁଆ ଥାନାରେ ଜବତ ହୋଇଥିଲା । ଏହି ବାଇକ୍ ଚୋରି ରାକେଟ ର ମାଷ୍ଟର ମାଇଣ୍ଡ କୁ ଯୋଡା ଵାଚୁ ହାଟିଂ ରୁ ଗିରଫ କରିବା ପରେ ସମସ୍ତ ଘଟଣା ପର୍ଦ୍ଦାଫାଶ ହୋଇଥିଲା ।ଏହି ରାକେଟ ରେ ସଂପୃକ୍ତ ଥିବା ଅନ୍ୟ ୫ଜଣ ଙ୍କୁ ପୋଲିସ ଗିରଫ କରିଛି ।ପୋଲିସ ଚଢାଉ ବେଳେ ସଦର ଥାନାରୁ ଚୋରୀ ହୋଇଥିବା ଗୋଟିଏ ବାଇକ୍ ସମେତ ୫ଟି ଚୋରୀ ବାଇକ୍ କୁ ଉଦ୍ଧାର କରିଛି। ମାଷ୍ଟର ମାଇଣ୍ଡ ତା ସହଯୋଗୀ ମାନଙ୍କ ସହାୟତାରେ ବାଇକ୍ ଚୋରୀ କରି ଜିଲ୍ଲା ତଥା ରାଜ୍ୟ ବାହାର କୁ ନକଲି ବାଇକ୍ ନଂ ଲଗାଇ କମ୍ ମୂଲ୍ୟ ରେ ବିକ୍ରି କରୁଥିବା ପୋଲିସ୍ ଅଭିଯୁକ୍ତ ମାନଙ୍କୁ ଜେରା କରିବା ପରେ ଜାଣିବାକୁ ପାଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



