ମାଁ ସୁବର୍ଣ୍ଣ ରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ
ଗୋଲାମୁଣ୍ଡା ୧୬/୦୨- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅଧିନସ୍ତ ଚପ୍ରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିଙ୍ଗିପଦର୍ ଗ୍ରାମର ମାଁ ସୁବର୍ଣ୍ଣରାଣୀ ଯୁବକ ସଂଘ ର ସଭାପତି ଅନିଲ ମଲ୍ଲିକ ଏବଂ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସେଠିଆ ଓ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ସହଯୋଗ କ୍ରମେ କ୍ରିକେଟ ଟୁର୍ଣ୍ଣମେଣ୍ଟ ଆୟୋଜନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜନସଂଗ୍ରାମ ସମିତ୍ ର ସଭାପତି ସାଉଳ ମଙ୍ଗରାଜ ,ସମ୍ମାନିତ ଅତିଥି ଭାବେ ବିଜେପି ନେତା ପ୍ରସନ୍ନ କୁମାର ରାଉତ,ମାଧବ ମାଝୀ, ଝଙ୍କାର ମତିରାମ୍ ମାଝୀ ,ଚକମକିଆ ସୁନାନୀ,ସହଦେବ ଦାସ,କୁନୁ ଦାସ , କପୂର୍ଚନ ସେଠିଆ,ଜଗୁଜିବନ ସେଠିଆ ଙ୍କ ସମେତ ଶତାଧିକ ଲୋକଙ୍କ ,ଉପସ୍ଥିତରେ ଉଦଘାଟନ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ବାଞ୍ଜିପଦର୍ ସହିତ କାନ୍ଦୂଳଡଙ୍ଗରି ମଧ୍ୟରେ ଖେଳ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ଭାବରେ ମାନଝରି ଗ୍ରାମ ପଞ୍ଚାୟତ ସରପଞ୍ଚ ଜଗୁଜିବାନ ଅଘରିଆ,ସମ୍ମାନିତ ଅତିଥି ହୃଷୀକେଶ ବାଗ ଯୋଗ ଦେଇଥିବା ବେଳେ ମନୁ ବିହାରୀ ଏବଂ ରବୀନ୍ଦ୍ର ବିହାରୀ , ଅମ୍ପୀୟର କାର୍ଯ୍ୟ ତୁଲାଇଥିବା ବେଳେ ଦେବରାଜ ଭାଟି କମିଣ୍ଟ୍ରି କରିଥିଲେ ।କଳାହାଣ୍ଡି ଧର୍ମଗଡ ଉପଖଣ୍ଡ ରୁ କପୂର୍ଚନ୍ ସେଠିଆ ଙ୍କ ରିପୋର୍ଟ ଜେବିଏନ



