ଭୂବନେଶ୍ବର: ଆଜି ବି ଚାଲିପାରିଲାନି ଗୃହ । ଗୃହ ଆରମ୍ଭରୁ ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ ।
ଆଜି ବଜେଟ ଅଧିବେଶନର ୬ଷ୍ଠ ଦିନରେ ବି ଗୃହ ଚାଲିପାରିନି । ଗୃହ ଆରମ୍ଭରୁ ହିଁ ବିରୋଧୀ ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ଯାଏଁ ମାଡିଯାଇଥିଲେ।
ମିଶନଶକ୍ତିର ଗୈରୀକରଣକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।ଅନ୍ୟପଟେ ବିଜେପି ସରକାର ମିଶନ ଶକ୍ତିକୁ ନିଜ ଇଚ୍ଛା ଅନୁସାରେ ଗୈରିକ କରିବାକୁ ଚାହୁଁଥିବା ଅଭିଯୋଗ କରି ଏହାକୁ କଡା ବିରୋଧ କରିଛନ୍ତି ବିରୋଧୀ । ମିଶନ ଶକ୍ତି ମହିଳାଙ୍କୁ ସଶକ୍ତ କରିବାର ଏକ ପ୍ରୟାସ । ଏହାକୁ ନିଜ ଦଳୀୟ ରଙ୍ଗରେ ରଙ୍ଗେଇବା କେତେଦୂର ଯଥାର୍ଥ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଏଥିସହିତ ପ୍ଲାକାର୍ଡ ଧରି ବିଧାନସଭା ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ପ୍ରଦର୍ଶନ କରିଛନ୍ତି ବରୋଧୀ ।



