ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବଙ୍କ ସମୀକ୍ଷା ବୈଠକ

ଅନୁଗୋଳ,ତା.୦୬.୦୩:- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଶ୍ରୀ ଭୂପେନ୍ଦ୍ର ସିଂହପୁନିଆଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଆଜି ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଭିନ୍ନ ବିଭାଗର ଅଧୁକାରୀମାନଙ୍କ ଦ୍ବାରା ନିଜ ନିଜ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ପ୍ରଗତି ସମ୍ପର୍କରେ ଏକ ପାଓ୍ବାର ପଏଣ୍ଟ ମାଧ୍ୟମରେ ତଥ୍ୟ ଊପସ୍ଥାପନ କରାଯାଇଥିଲା । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପବିତ୍ରମୋହନ ମେଡିକାଲ କଲେଜ ଓ ଚିକିତ୍ସାଳୟ, ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃ ଓ ଶିଶୁ ସ୍ବାସ୍ଥ୍ୟ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମ ଇତ୍ୟାଦିର ସମୀକ୍ଷା କରିଥିଲେ । ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଗ୍ରାମୀଣ ଆବାସ ଓ ପାନୀୟଜଳ ଯୋଗାଣର ବିଭିନ୍ନ ଯୋଜନା, ଗ୍ରାମୀଣ ବିକାଶ ବିକାଶ ବିଭାଗର ସେତୁବନ୍ଧ ଯୋଜନା, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପି ଏମ୍ ପୋଷଣ, ପି ଏମ୍ ଶ୍ରୀ ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗର ସୁଭଦ୍ରା ଯୋଜନା, ବେଟି ବଚାଓ ବେଟି ପଢାଓ ଇତ୍ୟାଦିର ସମୀକ୍ଷା କରିଥିଲେ । ସେହିପରି ସେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ,ଯୋଗାଣ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ଶକ୍ତି ବିଭାଗ, ଶିଳ୍ପ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅନ୍ତର୍ଗତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥୁବା ବିଭିନ୍ନ କାର୍ଯ୍ୟକ୍ରମ| ଯୋଜନାର ମଧ୍ୟ ସମୀକ୍ଷା କରିଥିଲେ ।

ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଜିଲ୍ଲା ପରିଷଦର ଅତିରିକ୍ତ, ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧୁକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟ, ଅନୁଗୋଳ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ନିଷ୍ଫଳ କୁମାର ପଟ୍ଟନାୟକ , ଜିଲ୍ଲା ଯୋଗାଣ ଅଧିକାରିଣୀ ଶ୍ରୀମତୀ ସ୍ମିତା ନାୟକ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଶ୍ରୀ ଶିବାଶିଷ କାନୁନଗୋ, ଜିଲ୍ଲା କ୍ରୀଡା ଅଧୁକାରୀ ଶ୍ରୀ ଅକ୍ଷୟ କୁମାର ସିଠଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।



