ସମଲ ଥାନାର ନୂତନ କୋଠା ଉଦଘାଟିତ
ସମଲ ଥାନା ଜିଲା- ଅନୁଗୋଳ
ତାଳଚେର, ତା୦୭/୩ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୧୪ ଟି ନୂତନ ଥାନାର ଗୃହ ଉଦଘାଟନ କରିଥିବା ବେଳେ ତାଳଚେର ଉପଖଣ୍ଡ ସମଲ ଥାନାର ନୂତନ ଗୃହ ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ।ଓଡିଶା ଗୃହ ନିର୍ମାଣ ଓ କଲ୍ୟାଣ ବିଭାଗ ପକ୍ଷରୁ ୨କୋଟି ୧୬ଲକ୍ଷ୍ୟ ଟଙ୍କାର ବ୍ୟୟ ଅଟକଳ ଗୃହ ଟି ନିର୍ମାଣ ହୋଇଛି । ଫଳରେ ଭିତିଭୂମି ସୁଦ୍ରୁଢ ହେବା ସହ ପୋଲିସ ବିଭାଗ କାର୍ଯ୍ୟରେ ସହାୟକ ହେବ ।ଏବଂ ଅତିଥ୍ ଭାବେ ଅତିରିକୁ ଆରକ୍ଷୀ ଅଧୂକାରୀ ଅନିଲ୍ କୁମାର ବେଉରୀଆ, କଣିହାଁ ବ୍ଲକ୍ ଅଧ୍ଯକ୍ଷ ରାମକୃଷ୍ଣ ପ୍ରଧାନ, ସମଲ, କଣିହାଁ, ଏନଟିପିସି, ରେଙ୍ଗାଳୀ ଥାନାର ଅଧିକାରୀ, ତାଳଚେର ଓ କଣିହାଁ ବ୍ଲକ୍ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


