ବଅଁରପାଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଗଡସନ୍ତୀ ଗ୍ରାମରେ ନୂତନ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଥାନା ପକ୍ଷରୁ ଆଇପିଏସ ଅଧିକାରୀ ଭର୍ଷିତା ଆଡେପୁ, ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ, ପଞ୍ଚାୟତ ସମିତିସଭ୍ୟ ନର୍ମଦା ମାଝୀ, ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ, ଏସଆଇ ଅର୍ଜନା ନାୟକ, ଏସଆଇ ମନୋଜ ମିଶ୍ର, ସତ୍ୟ ନାରାୟଣ ପୂଜା କମିଟି ସଭାପତି ଲୋକନାଥ ମାଝୀ, ମା ଲୋଭୀ ଠାକୁରାଣୀଙ୍କ ମନ୍ଦିର ପରିଚାଳନା କମିଟିର ସଭାପତି ସୁନୀଲ ମାଝୀ ଓ ଗ୍ରାମ ଗ୍ରାମବାସୀ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ସାଇବର ଠକାମି, ସାଇବର ଧମକ, ଲୋଭନୀୟ ଉପହାର, ମନୋରଞ୍ଜନ ଜନସାଧାରଣ ବ୍ୟବହାର ସୋସିଆଲ ସାଇଟ ରେ ଫୋଟ, ଭି.ଡି ଓ ଜନସାଧାରଣ ବ୍ୟବହାର ପ୍ରତି ଧ୍ୟାନ ଦେବା, ନାବାଳିକା ବିବାହ, ଜିରୋ ଏଫେୟାର, ଥାନା ପକ୍ଷରୁ ଅବ ହେଳିତ ମନୋଭାବ ପ୍ରତି ଅଭିଯୋଗ, ରାଜ୍ୟ ସରକାରଙ୍କ ପକ୍ଷରୁ ଥାନାରେ ନୂତନ ଭାବେ ଆରମ୍ଭ ହୋଇଥିବା ୧୧୨ ବ୍ୟବସ୍ଥାର ବ୍ୟବହାର ପାଇଁ ସଚେତନତା କାର୍ଯ୍ୟକ୍ରମରେ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଥାନା ଅଧିକାରୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ ।

June 18, 2026/
No Comments


