ହୀରକ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ
ସାଇଁବିରି
ତା ୦୯-୦୪-୨୦୨୫ ବୁଧବାର ଜୟ ଦୁର୍ଗା ଫୁଟବଲ ଆସୋସିଅସନ ସାଇଁବିରି , ପୋ-ଗଦାଶିଳା , ଥାନା -ସଦର ,ଜିଲ୍ଲା -ଢେ଼ଙ୍କାନାଳ ଆନୁକୂଲ୍ୟରେ ହୀରକ ଜୟନ୍ତୀ ଉତ୍ସବ କରିବା ପାଇଁ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା ।ଢେ଼ଙ୍କାନାଳ ଜିଲ୍ଲା ଆଥିଲେଟିକ ଆସୋସିଏସନ ,ବାବା ଚନ୍ଦ୍ରଶେଖର ଫୁଟବଲ ଆସୋସିଏସନ ର କର୍ମକର୍ତ୍ତା ଓ ସଭ୍ୟମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।ସାଇଁବିରି ,ଗଦାଶିଳା ଓ ଦାଣ୍ଡିମାଳ ର ମାନ୍ୟଗଣ ଉପସ୍ଥିତ ରହି ହୀରକ ଜୟନ୍ତି ଉତ୍ସବ ଆସନ୍ତା ଲଷ୍ମୀପୂଜା ପରେ କରିବାର ଧାର୍ଯ୍ୟ କରାଗଲା । ସମାଜସେବୀ କୈଳାସ ଚନ୍ଦ୍ର ରାଉତ ,ସମାଜସେବୀ ଶ୍ରୀ ମୋହନ ମୁରାରୀ ମିଶ୍ର ,ବରିଷ୍ଠ ବ୍ୟକ୍ତି ଗୋବର୍ଦ୍ଧନ ପ୍ରଧାନ ,ରେଫରି ଆସୋସିଏସନ ଭେଟେରାନ ରେଫରି ଶ୍ରୀ ମାୟାଧର ସାହୁ ଓ ଶ୍ରୀ ପରଶୁ ମିଶ୍ର ,ବାବା ଚନ୍ଦ୍ରଶେଖର ଫୁଟବଲ ଆସୋସିଏସନ ର ସଭାପତି ଗୋବର୍ଦ୍ଧନ ସାମଲ ,ସଂପାଦକ ସନ୍ତୋଷ ରାଉତ ଅତିଥି ରୂପେ ଅଭିଭାଷଣ ଦେଇଥିଲେ ।ଶ୍ରୀ ଗଙ୍ଗାଧର ରାଉତ ,ଶ୍ରୀ ରାଜକିଶୋର ରାଉଳ , ଶ୍ରୀ ଉମେଶ ଚନ୍ଦ୍ର ରାଉତ ଓ ସନ୍ତୋଷ କୁମାର ପରିଡା (ଶାରିରୀକ ଶିକ୍ଷକ ) ଖେଳକୁ କିପରି ପରିଚାଳନା କରାଯିବ ତାହା ବିଷୟରେ ଆଲୋଚନା କରିଥିଲେ । ଚଳିତ ବର୍ଷ ହୀରକ ଜୟନ୍ତି ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ରେ ସ୍ବର୍ଗତ ବିଧୂଭୁଷଣ ମିଶ୍ର (IPS) ଚାମ୍ପିୟାନସିପି ,ରମେଶ ଓ ମାନସ ମେମରିଆଲ ରନର୍ସଅପ ପ୍ରଦାନ କରାଯିବ ବୋଲି ପ୍ରସ୍ତାବ ଗୃହୀତ ହେଲା । ଶେଷରେ ଅବସରପ୍ରାପ୍ତ ଶାରିରୀକ ଶିକ୍ଷକ ପୁରୁଷୋତ୍ତମ ରାଉତ ସଭା ପରିଚାଳନା କରିଥିଲେ Lଓ ଆସୋସିଏସନ ର ସମସ୍ତ ସଭ୍ୟ ଓ ଗ୍ରାମ ବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



