*କର୍ଲାଯୋରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ*

ବରଗଡ଼(ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କର୍ଲାଯୋରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଅଜିତ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଗୁରୁମା ସୁଦୀପ୍ତା ବେହେରା ଉଦ୍ଦେଶ୍ୟ ଜ୍ଞାପନ ଓ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ହାସ୍ୟ କବି ଦେବେନ୍ଦ୍ର ସାହୁ ଯୋଗ ଦେଇ ଅତ୍ୟାବଶ୍ୟକ ସ୍ଥଳେ ପ୍ଲାଷ୍ଟିକ ନିର୍ମିତ ପଦାର୍ଥର ବ୍ୟବହାର କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ ଯୋଗ ଦେଇ ସମସ୍ତଙ୍କୁ ସବୁଜ ଶପଥ ପାଠ କରାଇବା ସହିତ ଅନୁଷ୍ଠାନରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ସୂଚନା ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଖମାରୀ ଶିଶୁ ବିଦ୍ୟା ମନ୍ଦିରକୁ ଏକକ ପ୍ଲାଷ୍ଟିକ ମୁକ୍ତ ଅନୁଷ୍ଠାନ ଭାବରେ ଘୋଷଣା କରିଥିଲେ।ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଇକୋ କ୍ଲବ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପରିଚାଳନା ସମିତିର ସଦସ୍ୟା ସୀମା ଖମାରୀ, ସଦସ୍ୟ ତେଜରାଜ ସାହୁ,ଗୁରୂମା ସୁଜାତା ସାହୁ,ସୁଦୀପ୍ତା ବେହେରା, ଅନୁସୟା ପଧାନ,କଳ୍ପନା ପଧାନ,ଐଶ୍ୱର୍ୟା ଭୋଇ,ମାନସୀ ମୁଦୁଲି,ହୋମବତୀ ମହାକୁଡ଼, ଅନୀତା ସେଠ୍ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଗୁରୁଜୀ ନୈମିଷ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।




