ଗାଧୋଇବାକୁ ଯାଇ ବୈତରଣୀରେ ବୁଡି ଦୁଇଯୁବକ ମୃତ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇ ବୈତରଣୀ ନଦୀରେ ବୁଡ଼ି ଦୁଇ ଯୁବକ ମୃତ, ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ସରେଇ ଗ୍ରାମ ନିକଟରେ ଥିବା ବୈତରଣୀ ନଦୀର କେଶରୀ କୁଣ୍ଡରେ ଗାଧେlଉ ଥିବା ବେଳେ ଦୁଇ ଛାତ୍ର ମୣତ ବରଣ କରିଥିବା ନେଇ ସୂଚନା l ମୣତକ ମଧ୍ୟରୁ ଜଣେ ଚମ୍ପୁଆ କେରଳା ଇଂରାଜୀ ମିଡିୟମ ବିଦ୍ୟାଳୟ ର ଦଶମଶ୍ରେଣୀ ଛାତ୍ର ହୋଇଥିବା ସୂଚନା ଯାହାକି ସୂଚନା ରହିଛି ଗତକାଲି ଅପରାହ୍ନ ରେ ଆଠ ଜଣ ସାଙ୍ଗ ସରେଇ ବୈତରଣୀ ନଦୀର କେଶରୀ କୁଣ୍ଡକୁ ଗାଧେଇ ବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇଥିବା ସୂଚନା l ଚମ୍ପୁଆର ଏକ ମେସରେ ରହି ପାଠ ପଢୁଥିବା ଏହି ଆଠ ଜଣ ସାଙ୍ଗ ଗାଧେlଇବାକୁ ଯାଇ ଥିବା ବେଳେ ଏହି ଅଘଟଣ ଘଟିଥିବା ନେଇ ସୂଚନା l ଗାଧେlଉ ଥିବା ବେଳେ ହଠାତ ତିନି ଜଣ ବୁଡି ୟାଇଥିଲେ ତେବେ ଅନ୍ୟ ମାନେ ଜଣକୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ଦୁଇଜଣ ବୁଡି ଯାଇଥିଲେl ମୣତକ ମଧ୍ୟରୁ ଜଣେ ଚମ୍ପୁଆ କେରଳା ଇଂରାଜୀ ମିଡିୟମ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ର ନିତେଶ ପେlଦ୍ଦାର ବୋଲି ଜଣାପଡିଛି l ଅନ୍ୟଜଣେ ବଡବିଲ ଅଞ୍ଚଳର ପ୍ରିତମ ମହାନ୍ତ ଏମାନେ ଚମ୍ପୁଆ ଠାରେ ଏକ ମେସ କରି ରହି ପାଠ ପଢୁଥିବା ବେଳେ ଆଜି ଛୁଟି ଥିବାରୁ ସାଙ୍ଗ ହେଇ ନଦୀକୁ ଗାଧେଇବାକୁ ଯାଇ ବୁଡି ଯାଇଥିଲେ l ପରେ ଏମାନଙ୍କୁ ଚମ୍ପୁଆ ଡାକ୍ତର ଖାନା କୁ ନିଆଯାଇଥିଲା l ଖବର ପାଇ ନିତେଶଙ୍କ ପରିବାର ଲୋକେ ଡାକ୍ତର ଖାନାରେ ପହଞ୍ଚିଥିବା ବେଳେ ଡାକ୍ତର ଖାନା ପରିସରରେ ଏକ ଶୋକାକୁଳ ପରିବେଶ ସୣଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



