ମଶାଲ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୋଳ, ତା.୧୮.୦୪:- ଚଳିତ ମାସ ୨୬ ତାରିଖରୁ ୨୮ ଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରିଅନୁଗୋଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଆୟୋଜ ୟାଜନ ହେବ । ଜିଲ୍ଲା ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ଚଳିତ ମାସ ୨୨ ତାରିଖରେ ଆୟୋଜନ ଆୟୋଜନ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା ରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଊପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ Iରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ମଶାଲ ଶୋଭାଯାତ୍ରାରେ ସମ୍ପୃକ୍ତ ମ୍ପୃକ୍ତ ଥିବା ବିଭିନ୍ନ ବିଭାଗ ଗୁଡିକର ଦାୟିତ୍ଵ ଓ ପ୍ରସ୍ତୁତି ସମ୍ପର୍କରେ ସମାକ୍ଷା କରିବା ସହ ମଶାଲ ଶୋଭାଯାତ୍ର ଶୋଭାଯାତ୍ରାକୁ ସଫଳ ରୁପାୟନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରକାଶଥାଊକି, ଏହି ମଶାଲ ଶୋଭାଯାତ୍ରାରେ ଜିଲ୍ଲାର ୪ ଗୋଟି ସ୍ଥାନ ଯଥା- ପାଳଲହଡାର ଡାର ଖୁଲୁଡି ଶୈବ घा, ଆଠମଲ୍ଲିକର ଦେଉଳଝରୀ, ଟିକରପଡାର ଶିବ ମନ୍ଦିର ଓ ପୁରୁଣାଗଡର ଜଗନ୍ନାଥ । ମନ୍ଦିର, ପଦାର ବାୟାଣୀ ପୀଠରୁ ମଶାଲ ଆସି ବିଭିନ୍ନ ବ୍ଳକ୍ ପରିକ୍ରମା କରି ସେହିଦିନ ତାଳଚେର ମା’ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହୋଇ ଶୈଳଶ୍ରୀକ୍ଷେତ୍ର ମନ୍ଦିର ଠାରେ ସ୍ଥାପିତ ହେବ । ଏହି ବୈଠକରେ ଅନ୍ୟମାନଂକ ମଧ୍ୟରେ ଅନୁଗୋଳ ଗୋଷ୍ଠୀ ଊନ୍ନୟନ ଅଧୁକାରୀ ଡଃ ବିଶ୍ୱ ଭୂଷଣ, ଅନୁଗୋଳ ତହସିଲଦାର ଶ୍ରୀ ଆଲୋକ କୁମାର ଦେହୁରା, ପଦା ଗୋଷ୍ଠୀ ଊନ୍ନୟନ ଅଧିକାରୀ ଶ୍ରୀ ଅରବିନ୍ଦ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସ ପ୍ରକାଶ ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା, ଡେପୁ ସତ୍ଯ ମୁଟି କଲେକ୍ଟର ଶ୍ରୀମତୀ ସ୍ବାହା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।



