” ନୂତନ ଭାବରେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଅତାବିରା ଓଷ୍ଟା ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ”
ବରଗଡ:୨୧/୪(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରେ ନୂତନ ଭାବେ ଯୋଗ ଦେଇ କାର୍ଯ୍ୟଭାର ଗ୍ରହଣ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ରତ୍ନମୟୀ ପୁରୋହିତ ଙ୍କୁ ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା ) ର ରାଜ୍ୟ ସାଧାରଣ ସମ୍ପାଦକ ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅତାବିରା ସଂଘ ପକ୍ଷରୁ ଉପଢୌକନ ସହ ସଂଘର ର ସ୍ଵତନ୍ତ୍ର ଡାଏରୀ ପ୍ରଦାନ କରି ସ୍ଵାଗତ କରାଯାଇଥିଲା । ଶ୍ରୀମତୀ ପୁରୋହିତ ସଂଘର ସମସ୍ତଙ୍କ ପରିଚୟ ପଚାରି ବୁଝିବା ସହ ବିଦ୍ୟାଳୟ ମାନଙ୍କରେ ପାଠ ପଢା ଠିକ୍ ଚାଲିଛି ନା ନାହିଁ ବୋଲି ପଚାରି ଥିଲେ । ଅତାବିରା କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ କରିବା, ପିଲାଙ୍କ ଦକ୍ଷତା ବୃଦ୍ଧି କରିବାରେ ସମସ୍ତଙ୍କ ସହଯୋଗ ର ଆବଶ୍ୟକତା ରହିଛି, ତେଣୁ ସମସ୍ତେ ମିଳି ମିଶି ଅତାବିରା ଶିକ୍ଷା ପରିବାର କୁ ସୁଦୃଢ଼ କରିବା ବୋଲି ସେ ଶିକ୍ଷକ ମାନଙ୍କୁ ଉତ୍ସାହିତ କରିଥିଲେ । ଅତାବିରା ଓଷ୍ଟା ସଭାପତି ବଳ ମୁକୁନ୍ଦ ସାହୁ, ସମ୍ପାଦକ ପ୍ରସନ୍ନ ବେହେରା, ଜିଲ୍ଲା ଓଷ୍ଟା ଉପ ସଭାପତି ସଚ୍ଚିଦାନନ୍ଦ ପ୍ରଧାନ ଓ ଅନୁସୂୟl ଦେବତା,ଯୁମ୍ଗ ସମ୍ପାଦକ ଯାଦବ ପ୍ରଧାନ, ବଳରାମ ସାହୁ, ରବୀନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।



