କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ନିଆଁଲାଗି ଗୋଟିଏ ବାଇକ ଜଳିପୋଡ଼ି ପାଉଁଶ
କେନ୍ଦୁଝର -କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ନିଆଁ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ବିଭାଗ ନିକଟ ପୁରୁଣା ଘରର ପୁରୁଣା ଓ ଟି ରେ ଲାଗିଲା ନିଆଁ । ନିଆଁ ରେ ଘରଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ତେବେ ପୁରୁଣା ଘର ଓ ଉକ୍ତ ଘରେ ବିଶେଷ କିଛି ଜିନିଷପତ୍ର ଓ ଅନ୍ୟାନ୍ୟ ଆସବାବ ତଥା ନଥିପତ୍ର ନଥିବାରୁ ବିଶେଷ କ୍ଷେୟ କ୍ଷତି ହୋଇନଥିବା ସୂଚନା। ନିଆକୁ ଆୟତ୍ତ କରିବାକୁ ୨ଟି ଦମକଳ କୁ ଏକ ଘଣ୍ଟା ରୁ ଉର୍ଦ୍ଧ ସମୟ ଲାଗିଲା । ଏଥିରେ ଜଣେ କର୍ମଚାରୀଙ୍କ ଏକ ମୋଟର ସାଇକଲ ପୋଡ଼ି ନଷ୍ଟ ହୋଇଯାଇଛି । କେହି ଦୁର୍ବୁତ୍ତ ନିଆଁ ଲଗାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



