ଉତ୍କଳ ଆମ୍ବେଦକର ସମାଜ ସେନା ପକ୍ଷରୁ ଦେଉଳବେଡା ଠାରେ ଆମ୍ବେଦକର ଜୟନ୍ତୀ ପାଳନ
ତାଳଚେର:–ତାଳଚେର ପୌରାଚଂଳ ଅନ୍ତର୍ଗତ ଦେଉଳବେଡା ସ୍ଥିତ ଏଲ୍ସିଏଚ୍ କଲୋନୀ ଠାରେ ଉତ୍କଳ ଆମ୍ବେଦକର ସମାଜ ସେନା ପକ୍ଷରୁ ୧୩୫ ତମ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ସଂବିଧାନ ପ୍ରଣେତା ବାବା ସାହେବ୍ ଡଃ ଭୀମରାଓ ଆମ୍ବେଦକର ଆମ ପାଇଁ ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ ଏବଂ ଆଗାମୀ ଦିନରେ ପୌରାଚଂଳ ମଧ୍ୟରେ ଏକ ପ୍ରତିମୂର୍ତି ସ୍ଥାପନ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଧୀମାନ ଅନୀଲ୍ କୁମାର ମଲ୍ଲିକ୍, ସମ୍ମାନୀତ ଅତିଥି ଭାବେ ଓଡିଶା ପରି ସଂଘର ସଭାନେତ୍ରୀ ଏଲ୍. ମାଣିକ୍ୟପ୍ରଭା, ଧୀମାନ ପ୍ରଭାତ ଶରଣମ୍, ଧୀମାନ ଡିଲେଶ୍ୱର ନାଏକ, ମହେଶ୍ୱର ବେହେରା ଏବଂ ଚିତ ଗୌତମ ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ଉପରେ ମତବ୍ୟକ୍ତ ରଖିଥିଲେ । ସଂଗଠନର ସଭାପତି ଧୀମାନ ଧର୍ମେନ୍ଦ୍ର ନାଏକ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବାବା ସାହେବ୍ ଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଂଗଠନର ସାଧାରଣ ସଂପାଦକ ଧୀମାନ୍ ସମୀର କୁମାର ନାଏକ, ଚନ୍ଦନ କୁମାର ନାଏକ, ଓମ୍ ପ୍ରକାଶ ନାଏକ, କିଶୋରୀ ବେହେରା, ରାଜଗୁରୁ ସା ଏବଂ ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ପ୍ରକାଶ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ ।



