ଢେଙ୍କାନାଳ କଲେଜ୍ ବାଇପାସ୍ସ୍ଥିତ ମା’ସୁନ୍ଦରଶୁଣୀ ଦେବୀଙ୍କର ଜନ୍ମ ଉତ୍ସବ ଓ ମହାଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଆଜି ମା’ଙ୍କର ରାଜରାଜେଶ୍ଵରୀ ବେଶ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା, ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ, ସପ୍ତଚଣ୍ଡୀ ଆହୁତି ଓ ବିଭିନ୍ନ ପଣାଭୋଗ ଲାଗି କରାଯାଇଛି ।

ଅଦ୍ୟ ପୂର୍ଣାହୁତୀ ଅନୁଷ୍ଠିତ ହେବା ସହ ମଧ୍ୟାହ୍ନରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତମାନେ ପ୍ରସାଦସେବନ ପାଇଥିଲେ । ପୂଜକ ପଣ୍ଡିତ ରାଜକିଶୋର ମିଶ୍ର ଶର୍ମା, ପ୍ରମୋଦ ମିଶ୍ରଶର୍ମା, ଚିତ୍ରସେନ୍ ଦାଶଶର୍ମା, ଶଶିକାନ୍ତ ପଣ୍ଡା ଓ କର୍ତା ଗୁରୁଚରଣ ପାତ୍ର ସମସ୍ତ ପୂଜାକାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କରିଛନ୍ତି । କମିଟି ସଭାପତି ବିଷ୍ଣୁ ଚରଣ ପଟ୍ଟନାୟକ ଓ କର୍ମକର୍ତା ପାର୍ଥସାରଥୀ ପଟ୍ଟନାୟକ, ଦୁଃଖବନ୍ଧୁ ରାଉତ, ସମରେନ୍ଦ୍ର ସିଂହ, ରାଜେଶ ଦାସ୍, ରଶ୍ମିରଞ୍ଜନ ଦାସ ଓ ଦେବାଶିଷ ମିଶ୍ର ପ୍ରମୁଖଙ୍କ ସମେତ ମା’ସୁନ୍ଦରଶୁଣୀ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।



