ଆଜି ପବିତ୍ର ଆଖିତୃତୀୟା ଠାରୁ ଆରମ୍ଭ ହୋଇ ୨୧ଦିନ ଧରି ଚନ୍ଦନ ଯାତ୍ରା ଚାଲୁରହିବ। ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ମଦନ ମୋହନ ଙ୍କୁ ପାଲିଙ୍କି ରେ ବିଜେ କରାଯାଇ । ଛତା ଛତ୍ରୀ ଘଣ୍ଟ କାହାଳୀ ବଜାଯାଇ ଢେ଼ଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ଚନ୍ଦନ ବେଦୀ କୁ ବିଜେ କରାଯାଇ ଥିଲା । ପୂଜା ଅର୍ଚ୍ଚନା ସହ ମଙ୍ଗଳା ଅର୍ପଣ ପୂଜା କରାଯାଇଥିଲା। ପୂଜକ ମଳୟ କର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଓ ବାବାଜୀ ମହାପାତ୍ର,କାହାଳୀ ଟିକନ୍ ବେହେରା ଦେବତ୍ରୟ ନିରୀକ୍ଷକ ପ୍ରଦୀମ୍ନ କୁମାର ତ୍ରିପାଠୀ ଓ ମନ୍ଦିର ଜୀମାଦାର୍ ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତି ରେ ଏହି ଚନ୍ଦନ ଯାତ୍ରା ପାଳନ କରାଯାଇଛି।

April 29, 2026/
No Comments


