ଶନିଶ୍ଚର ଦେବଙ୍କ ୧୫ତମ ବାର୍ଷିକୋତ୍ସବ ଉପଲକ୍ଷେ କଳସ ଯାତ୍ରା
ଢେଙ୍କାନାଳ ସହର ଟାଉନ୍ ପ୍ଲାନିଂ ଅଫିସ୍ ଛକ ଠାରେ ଶନିଶ୍ଚର ଦେବଙ୍କ ୧୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କଳସ ଯାତ୍ରାରେ ୧୦୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ସ୍ଥାନୀୟ ବଡଜୋରା ଠାରୁ ପୂଜାର୍ଚ୍ଚନା ସହିତ ବାଦ୍ୟ ଦ୍ୱାରା ସହର ପରିକ୍ରମା କରି ମନ୍ଦିରରେ କଳସ ସ୍ଥାପନ କରାଯାଇଥିଲା। ପରେ ଅଧୀବାସ ପୂଜା ଆରମ୍ଭ ହୋଇଥିଲା । ଏହି ପୂଜା ତିନିଦିନ ଧରି ଚାଲିବା ସହିତ ଆସନ୍ତା ୩ ତାରିଖରେ ପ୍ରାତଃରୁ ମଙ୍ଗଳା ଆଳତି, ସୂର୍ଯ୍ୟପୂଜା, ଗୋ-ପୂଜା, ମଣ୍ଡଳ ପୂଜା, ଶନି -ରାହୁ- କେତୁ ଙ୍କର ଷୋଡଶଉପଚାର ନୀତିରେ ପୂଜାର୍ଚ୍ଚାନ ସହ ତୋଟା ଓଷା ଓ ଗୀତାଯଜ୍ଞ ଅନୁଷ୍ଠିତ ହେବ । ୪ ତାରିଖ ରବିବାର ଦିନ ପୂର୍ଣାହୁତି, ଭଜନ ସମାରୋହ ଓ ପ୍ରସାଦସେବନ ଅନୁଷ୍ଠିତ ହେବ । ପ୍ରତ୍ୟେକ ସଂଧ୍ୟାରେ ୧୦୮ ଆଳତି କରାଯିବା । ମନ୍ଦିର ପୂଜକ ବିଭୁତି ଭୂଷଣ ପଣ୍ଡା, ମୂଖ୍ୟ ପୂଜକ ଯଜ୍ଞେଶ୍ବର ମିଶ୍ର, ଶ୍ରୀବତ୍ସ ମିଶ୍ର ଓ ଦିବାକର ମିଶ୍ର ପୂଜା କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇଥିଲେ । କର୍ତା ଶେଷଦେବ ସାହୁ, କର୍ତୀ ସୁଦୀପ୍ତା ସାହୁ ଓ କମିଟର ସମସ୍ତ କର୍ମକର୍ତା ଏବଂ ସାହିବାସୀନ୍ଦାଙ୍କ ଉପସ୍ଥିତ ଥିଲେ।



