ଡ଼ିଏଭି ଜଗନ୍ନାଥ କ୍ଷେତ୍ରରେ ଦ୍ୱିତୀୟ ବିଭାଗ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ଶିବିର
ତାଳଚେର, ୦୮-୦୯/୦୫ ଡ଼ିଏଭି ଜଗନ୍ନାଥକ୍ଷେତ୍ରରେ ତିନିଦିନ ଧରି ଦ୍ୱିତୀୟ ବିଭାଗ ପ୍ରାଥମିକ ଶିକ୍ଷାବିକାଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଗତ ୦୫/୦୫/୨୦୨୫ ସୋମବାରରୁ ଏହି କର୍ମଶାଳା ଆରମ୍ଭହୋଇ ତା ୦୭/୦୫/୨୦୨୫ ପର୍ଯ୍ୟନ୍ତ ଚାଲିଥିଲା । ଡ଼ିଏଭି କ୍ଲଷ୍ଟର ୬୧, ୬୯, ୭୨ ଓ ୭୪ରୁ ୮୦ଜଣ ପ୍ରଶିକ୍ଷଣାର୍ଥି ଏହି ପ୍ରଶିକ୍ଷଣରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୨ଜଣ ଶିକ୍ଷକ ପ୍ରଶିକ୍ଷକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅତି ଅତ୍ୟାବଶକ ତଥା ଅଭିନବ ଶୈଳୀରେ ପ୍ରାଥମିକ ସ୍ତରରେ ପିଲାମାନଙ୍କୁ ଶିକ୍ଷା ଦେବା ସମ୍ପର୍କରେ ସେମାନେ ତାଲିମ ଦେଇଥିଲେ । ଜାତୀୟ ଶିକ୍ଷାନୀତି ୨୦୨୦କୁ ଆଧାରକରି ହସ, ଖେଳ ମାଧ୍ୟମରେ କୁନିକୁନି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦେବାର କୌଶଳ ସମସ୍ତଙ୍କୁ ଆକର୍ଷିତ କରିଥିଲା । କର୍ମଶାଳାର ଶେଷ ଦିନରେ ପ୍ରଶିକ୍ଷାର୍ଥିମାନଙ୍କର ଲବ୍ଧଜ୍ଞାନ କରାଯାଇଥିଲା । ଏହି କର୍ମଶାଳାକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ସୁଚାରୁରୂପେ ଆୟୋଜନ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ତଥା କ୍ଲଷ୍ଟର ୭୨ର ମୁଖ୍ୟ ଶ୍ରୀମତୀ ଶୁକ୍ଳା ଚକ୍ରବର୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏସମସ୍ତ କାର୍ଯ୍ୟ ପରିଚାନା ହୋଇଥିଲା । ବିଦ୍ୟାଳୟ ସ୍ତରରେ ଏଭଳି ପ୍ରଶିକ୍ଷଣ ବ୍ୟବସ୍ଥା ଆୟୋଜନ କରି ପ୍ରଶିକ୍ଷାର୍ଥିଙ୍କ ଶିକ୍ଷଣ ବ୍ୟବସ୍ଥାକୁ ପରିବର୍ଦ୍ଧିତ କରୁଥିବାରୁ ସମସ୍ତ ଶିକ୍ଷାର୍ଥି ଅଧ୍ୟକ୍ଷାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।



