ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ। ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ସିଭିଲ ଡିଫେନ୍ସ ନିୟମ ଅନୁଯାଇ ଜରୁରୀ କ୍ଷମତା ପ୍ରୟୋଗ କରି ପାରିବେ ରାଜ୍ୟ । ବର୍ତ୍ତମାନର ପରିସ୍ଥିତିକୁ ଦେଖି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଗଲା ।
ଅବିଳମ୍ବେ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ କୁହାଯାଇଛି । ଏନେଇ ର୍ପୂବରୁ ମେ ୭ ତାରିଖରେ ସାରା ଦେଶରେ ହୋଇଥିଲା ମକଡ୍ରିଲ୍ ।ଜରୁରୀସ୍ଥିତି ଉପୁଜିଲେ ଲୋକେ କଣ କରିବେ ଜାଣିବା ପାଇଁ ରାଜ୍ୟମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ପହଲଗାମ ଆକ୍ରମଣର ପ୍ରତିଶୋଧ ପାଇଁ ଭାରତର କାର୍ଯ୍ୟାନୁଷ୍ଠାନ ପରେ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଛି ଯୁଦ୍ଧ ପରିସ୍ଥିତି। ତେଣୁ ଆଗକୁ ଯୁଦ୍ଧ ବଢ଼ିଲେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।ତେବେ ଆସନ୍ତୁ ଜାଣିବା ସିଭିଲ୍ ଡିଫେନ୍ସ କଣସିଭିଲ୍ ଡିଫେନ୍ସ ୧୯୬୮ ମସିହାରେ ପ୍ରସ୍ତୁତ ହୋଇଥିଲା୨୪ ମେ ୧୯୬୮ରେ ଲାଗୁ ହେଲା୨୦୦୯ରେ ସିଭିଲ୍ ଡିଫେନ୍ସ ରେ ସଂଶୋଧନ ଆସିଥିଲାସାରାଦେଶ ପାଇଁ ଗୋଟିଏ ନିୟମ ଲାଗୁକେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଲାଗୁ ହେବକେନ୍ଦ୍ରର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଲଗାଇବେଅନ୍ୟ ସମସ୍ତ ନିୟମଠାରୁ ଊର୍ଦ୍ଧ୍ବରେ ରହିବଯୁଦ୍ଧ, ଜରୁରୀକାଳୀନ ସ୍ଥିତିରେ ଲାଗୁ ହେବସନ୍ତ୍ରାସବାଦ, ଉଗ୍ରବାଦ ଆକ୍ରମଣ ବେଳେ ଲାଗୁଧନଜୀବନ ସୁରକ୍ଷିତ ରଖିବାକୁ ସ୍ବତନ୍ତ୍ର କ୍ଷମତାଯୁଦ୍ଧ ପୂର୍ବରୁ, ଯୁଦ୍ଧ ବେଳେ ଓ ଯୁଦ୍ଧ ପରେ ନିଷ୍ପତ୍ତି ନେଇହେବସରକାର ଓ ସେନା ସମସ୍ତ ଆବଶ୍ୟକ ନିଷ୍ପତ୍ତି ନେଇପାରିବେଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଉପରେ ରୋକ୍ ଲାଗିପାରିବଟ୍ରାଫିକ୍ ନିୟନ୍ତ୍ରଣ, ନୌ ପରିଚାଳନା ବନ୍ଦ କରିପାରିବେଲାଇଟ୍ ଓ ସାଉଣ୍ଡ ନିଜ ନିୟନ୍ତ୍ରଣକୁ ନେଇହେବସୁରକ୍ଷା ଦୃଷ୍ଟିରୁ ଯେକୌଣସି କୋଠାକୁ ହେପାଜତକୁ ନେଇହେବସୁରକ୍ଷା ଲାଗି ଯେ କୌଣସି କୋଠାକୁ ଭାଙ୍ଗିହେବବାଣ ଭଳି ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରି ଉପରେ ରୋକ୍ଜାହାଜ, ଏୟାରକ୍ରାଫ୍ଟ ଚଳାଇବା ଉପରେ ପ୍ରତିବନ୍ଧକଓୟାରଲେସ୍ ଟେଲିଗ୍ରାଫ୍, ଟେଲିଫୋନ୍ ବ୍ୟବହାର ଉପରେ ରୋକ୍ମଣିଷ, ଜୀବଜନ୍ତୁଙ୍କୁ ଯେ କୌଣସି ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବଯେ କୌଣସି ସାମଗ୍ରୀକୁ ହେପାଜତକୁ ନେଇପାରିବେଫଟୋ, ଭିଡିଓ ଉତ୍ତୋଳନ, ପ୍ରସାରଣରେ ପ୍ରତିବନ୍ଧକ ଲାଗିପାରିବ।



