ଦୁର୍ଘଟଣାକୁ ରୋକିବାକୁ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ଵମନିତ ବୈଠକ

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ରେ ଅତ୍ୟଧିକ ମାତ୍ରାରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା କୁ ଆୟତ୍ତ କରିବାକୁ ଚମ୍ପୁଆ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ୱମନିତ ବୈଠକ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଟାଉନ୍ ହଲ୍ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଦୁର୍ଘଟଣା ଘଟୁଥିବାର ବିଭିନ୍ନ ଦିଗକୁ ନେଇ ଆଲୋଚନା ହେବାସହ, କିପରି ଭାବରେ ଏହାକୁ ଆୟତ୍ତ କରାଯାଇ ପାରିବ ସେ ଦିଗରେ ଉପସ୍ଥିତ ସମସ୍ତ ଅଧିକାରୀ ଓ ବୁଦ୍ଧିଜୀବୀ ମାନେ ନିଜ ନିଜର ମତ ପ୍ରକାଶ କରିଥିଲେ। ଏହି ବୈଠକ ରେ ଚମ୍ପୁଆ ଉପ ଜିଲ୍ଲାପାଳଙ୍କ ସହ ବଡ଼ବିଲ ତହସିଲଦାର, ପୌରଅଧିକାରୀ,

ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ବିଭିନ୍ନ ଥାନାର ଥାନା ଅଧିକାରୀ, ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର, ବଡ଼ବିଲ ଏମ୍ ଭି ଆଇ, ଟ୍ରକ୍ ମାଲିକ ସଙ୍ଘର ସଦସ୍ୟ, ବିଭିନ୍ନ କମ୍ପାନୀ ଅଧିକାରୀ ଓ ଆଞ୍ଚଳିକ ପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ସାମିଲ୍ ହୋଇଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




