*ତାଳଚେର ଥର୍ମାଲ ରେ ବାଳିକା ସଶକ୍ତି କରଣ ଅଭିଯାନର ଉଦଯାପନ.*



ତାଳଚେର – ଏନ୍ ଟି ପି ସି ତାଳଚେର ଥର୍ମାଲ ରେ ବିଗତ 4 ସପ୍ତାହ ଧରି ଚାଲୁଥିବା ବାଳିକା ସଶକ୍ତି କରଣ ଅଭିଯାନ କାର୍ଯକ୍ରମ ର ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ବିଭିନ୍ନ ସରକାରୀ ବିଦ୍ୟାଳୟ ର 40 ଜଣ ଷଷ୍ଠ ଶ୍ରେଣୀର ଛାତ୍ରୀ ଯୋଗଦେଇ ବିଭିନ୍ନ ଜୀବନ ଜିଇଁ ବାର ଶିକ୍ଷା ଲାଭ କରି ଉଦବୁଦ୍ଧ ହୋଇଥିଲେ।

ଉଦଯାପନୀ ସମାରୋହରେ ଯୋଗ ଦେଇ ତାଳଚେର ଥର୍ମାଲ ର କାର୍ଯକାରୀ ନିର୍ଦ୍ଦେଶକ ଶ୍ରୀ ବିଜୟ ଚାନ୍ଦ ଏନ୍ ଟି ପି ସି ର ଏହି କାର୍ଯକ୍ରମ ସମାଜରେ ବାଳିକା ମାନଙ୍କୁ ଏକ ସକ୍ଷମ ଓ ସଶକ୍ତକରି ଗଢ଼ିବ ବୋଲି ମତ ବ୍ୟକ୍ତ କରିଥିଲେ.ପିଲାମାନଙ୍କ ଦ୍ଵାରା ଅତି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯାହା, ଉପସ୍ଥିତ ଅତିଥି ଓ ଦର୍ଶକ ମାନଙ୍କୁ ସନ୍ମୋହନ କରିଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସାଗରିକା ମହିଳା କ୍ଲବ ର ସଭାନେତ୍ରୀ ଶ୍ରୀମତୀ ବିଭା ଅଗ୍ରୱାଲା ଓ ପିଲାମାନଙ୍କ ଅଭିଭାବକ ମାନେ ଯୋଗଦେଇଥିଲେ,.ଏହି ଶିବିରରେ ପିଲାମାନେ ପାରମ୍ପରିକ ଶିକ୍ଷା ବ୍ୟତୀତ କଳା, ନୃତ୍ୟ,କମ୍ପ୍ୟୁଟର, ଜୁଡୋ, ଯୋଗ ଇତ୍ୟାଦି ଅନେକ କଥା ଶିକ୍ଷା କରିବାର ସୁଯୋଗ ପାଇଥିଲେଏନ୍ ଟି ପି ସି ର ଏହି କାର୍ଯକ୍ରମ ସମସ୍ତଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି।



