ତାଳଚେରରେ ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ
ତାଳଚେର, ୧୧/୦୬ ଅଲଓଡ଼ିଶା ମାନବଧିକାର ପରିଷଦ ସଭାପତି ଡ଼ଃ ଦେବେନ୍ଦ୍ର କୁମାର ସିଂହ ଆଜି ତାଳଚେର ଉପଜିଲ୍ଳାପାଳ ସମୀର ଜେନାଙ୍କୁ ତାଳଚେରରେ ବାରମ୍ବାର ଅଘୋଷଇତ ବିଦ୍ୟୁତ୍ କାଟକୁ ରୋକାଯିବାକୁ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତାଳଚେର ଏକ ଶିଳ୍ପାଚଂଳ ହୋଇଥିବାରୁ ଏଠାରେ ପାରଦ ଉପରମୁହାଁ ହେଉଥିବା ବେଳେ କୋଇଲା ପୋଡ଼ି ଓ କଳକାରଖାନା ଯୋଗୁଁ ପ୍ରଚୁର ପରିମାଣରେ ଗୁଳୁଗୁଳି ସହିତ ଅସହ୍ୟ ଗ୍ରୀଷ୍ମତାପ ଅଂଚଳବାସୀଙ୍କୁ ଅତିଷ୍ଠ କରି ପକାଇଥାଏ ।

ଏହାକୁ ନେଇ ରୋଗୀମାନଙ୍କ ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାହତ ହେଉଛି । ତାଳଚେର ୩ଟି ତାପଜ ବିଦ୍ୟୁତ୍ ପ୍ରକଳ୍ପ ରହିଥିଲେ ମଧ୍ୟ ତାଳଚେରବାସୀଙ୍କୁ ଏଥିରୁ ଉପେକ୍ଷା କରାଯାଇ ବାହାର ରାଜ୍ୟରେ ନିରବଚ୍ଛିନ୍ନ ଭାବରେ ବିଦ୍ୟୁତ୍ ସେବା ଯୋଗାଇ ଦେଉଥିବା ବେଳେ ଦୀପତଳ ଅନ୍ଧାର ସଦୃଶ୍ୟ ତାଳଚେର ଅଚଂଳରେ ବାରମ୍ବାର ବିିଦ୍ୟୁତକାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପାକଉଛି । ଏହାକୁ ବିଚରାକୁ ନେଇ ଶ୍ରୀ ସିଂହ ତାଳଚେର ଉଜିଲ୍ଳାପଳଙ୍କୁ ଲୋଭୋଲଟେଜ୍ ଓ ଅଘୋଷିତ ବିଦ୍ୟୁତ୍ କାଟର ସମସ୍ୟା ସୁଧାର ଆଣିବାକୁ ଦାବିପତ୍ରରେ ମାଧ୍ୟମରେ ଜଣାଇଛନ୍ତି । ତେବେ ଉପଜିଳ୍ଳାପାଳ ଏଥିରେ ହସ୍ତାକ୍ଷେପ କରି ଆଗାମୀ ଦିନରେ କ’ଣ ନେଉଛନ୍ତି ତାହା ଦେଖିବାକୁ କେବଳ ବାକି ରହିଛି ।



