ଗୋଟିଏ ପଟେ ପ୍ରକୃତି ଦାଉ ସାଧୁଥିବା ବେଳେ ଅନ୍ୟପଟେ ଚାଲୁରହିଛି ହାତୀ ଉପଦ୍ରବ
କେନ୍ଦୁଝର ଜିଲ୍ଲାରେ ଗୋଟିଏ ପଟେ ପ୍ରକୃତି ଦାଉ ସାଧୁଛି ଓ ଅନ୍ୟପଟେ ବଢୁଛି ଜଙ୍ଗଲି ହାତୀଙ୍କ ଉପଦ୍ରବ। ଲୋକେ ଲଗାଣ ବର୍ଷାରେ ଇତସ୍ତ୍ରତ ହୋଇପଡ଼ିଥିବା ବେଳେ ସେପଟେ ହାତୀ ପଲ ଭାଙ୍ଗୁଛନ୍ତି ଘର, ଚିନ୍ତାରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା , କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଅଧିନସ୍ଥ ଯୋଡ଼ା ସହର କମାର ଯୋଡ଼ା ମେଡିକାଲ ପଛପଟ ବସ୍ତିରେ ଘରେ ଥିବାବେଳେ ପଶି ଆସିଲେ ୨୦ଟିକିଆ ହାତୀପଲ ଅଳ୍ପକେ ମୃତ୍ୟୁମୁଖରୁ ବର୍ତିଲେ ପରିବାର ଲୋକେ । ଲଗାଣ ବର୍ଷାରେ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବାବେଳେ ସେପଟେ ହାତୀପଲ ଦାଉ ସାଧୁଥିବା ଦେଖିବାକୁ ମିଳିଛି, ଭାନୁଛନ୍ତି ଘର ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାରର ଭୟର ବାତାବରଣ ଦେଖା ଦେଇଛି। ଖବର ପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ହାତୀପଲ ଙ୍କୁ ଘଉଡାଇ ନିକଟସ୍ତ ବିଛାକୁଣ୍ଡି ଜଙ୍ଗଲ ରେ ଛାଡିଥିବା ବେଳେ ଆତଙ୍କିତ ଅବସ୍ଥାରେ ଅଞ୍ଚଳ ବାସିନ୍ଦା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



