ଦ୍ଵାଦଶାହା କର୍ମ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଯାଜପୁର__ ଝାଞିରିମଙ୍ଗଳା ନିକଟସ୍ଥ ପିଠାପୁର ରାଧାକୃଷ୍ଣ ମନ୍ଦୀର ଠାରେ ବରିଷ୍ଠ ସମାଜସେବୀ ଏବଂ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତ ଶରତ ଚନ୍ଦ୍ର ଜେନାଙ୍କ ପରଲୋକରେ ଆଜି ତାଙ୍କର ଦ୍ଵାଦଶାହ କର୍ମ ଉପଲକ୍ଷେ ଏକ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡଭୋକେଟ ତଥା ଲେଖକ ଦୁଖୀଶ୍ୟାମ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସେମାନେ ହେଲେ ବସନ୍ତ କୁମାର ଜେନା, ନରେଶ ଚନ୍ଦ୍ର ପାଲ,ଲଳିତ କୁମାର ପରିଜା,ଅବିନାଶ ପରିଡ଼ା, ସବୁଜ ଓଡ଼ିଶାର ସମ୍ପାଦକ ଓ ସାମ୍ବାଦିକ ସରୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଜେନାଙ୍କ ଉପରେ ଆଲୋଚନା କରିଥିଲେ ଯେ ସେ ଏକାଧାରରେ ଜଣେ ସମାଜସେବୀ ଏବଂ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ନାମ ପରିପ୍ରକାଶ କରିଥିଲେ। ସମନ୍ବୟ ଅନୁଷ୍ଠାନର ପ୍ରମୁଖ ବଳିଷ୍ଠ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ।ଶେଷରେ ପୁତ୍ର ସତ୍ୟ ରଞ୍ଜନ ଜେନା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



