୧୧୫ ବୋତଲ କପ ସିରପ ଜବତ ସହ ୧ ଗିରଫ
ଭଟଲି :- ବରଗଡ ଜିଲ୍ଲାର ଭଟଲି ଅଞ୍ଚଳ ଏବେ ଅବୈଧ ନିଶା କାରବାର ର ପେଣ୍ଠସ୍ଥଳୀ ସାଜିଛି। ଏ ନେଇ ଅବକାରୀ ଅଧିକ୍ଷକ ସୁବନ କୁମାର ନାଏକଙ୍କ ନିର୍ଦେଶ କ୍ରମେ ନିଶା କାରବାର ରୋକିବା ଦିଗରେ ପଦକ୍ଷେପ ନିଆଯାଉ ଅଛି। ବରଗଡ ଅବକାରୀ ବିଭାଗ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ନିରିକ୍ଷକା ମୁଖ୍ଯ ରଶ୍ମିତା ଲାକ୍ରା ଏବଂ ଗୋକୁଳ ଧଳ ସଦଳବଳ ଭଟଲି ଓ୍ବାର୍ଡ ନଂ-୭ ଆମ୍ବଖିଆ ବନ୍ଧ ଅଞ୍ଚଳରେ ଅତିର୍କିତ ଭାବରେ ଚଢଉ କରିଥିଲେ ଏବଂ ଗୋଟିଏ ଘରୁ ଏକ ବସ୍ତା ରେ ଥିବା କପ ସିରପ ଜବତ କରିବା ସହ ଜଣେ ଜୁବକକୁ ଗିରଫ କରିଥିଲେ । ଗିରଫ ଜୁବକ ଜଣକ ସଚିନ ପାତିକାର (୨୧)ବୋଲି ସୁଚନା ମିଳିଥିବା ବେଳେ ତାଠାରୁ ୧୧୫ ବୋତଲ କପ ସିରପ ଜବତ କରାଯାଇଛି। ଏନେଇ ଅବକାରୀ ବିଭାଗ ଏନଡିପିଏସ ଏକ୍ଟ ଅନୁଯାୟୀ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋଟ ଚାଳନ କରିଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।



