ଓଡ଼ିଶା ବନ୍ଦ ବାହାନାରେ ବାରପାହାଡ ମୁହାଁ ପର୍ଯ୍ୟଟକ
ଭଟଲି ୧୭/୭(ଅଭିମନ୍ୟୁ ପଧାନ): ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଛାତ୍ରୀ ସ୍ବର୍ଗତ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାର ପ୍ରତିବାଦ ଏବଂ ନ୍ୟାୟ ଦାବୀରେ ରାଜ୍ୟ କଂଗ୍ରେସ ଏବଂ ବିଭିନ୍ନ ଦଳ ତଥା ସଂଗଠନ ପକ୍ଷରୁ ରାଜ୍ୟ ରେ ୧୨ ଘଣ୍ଟିଆ ବନ୍ଦ ଡାକରା ବାହାନାରେ ବାରପାହାଡ ମୁହାଁ ହୋଇଥିଲେ ପର୍ଯ୍ୟଟକ । ବନ୍ଦ ବାହାନାରେ ଗୋଟିଏ ଦିନ ପ୍ରକୃତି କୋଳକୁ ଆଦରିଥିଲେ ଜନ ସାଧାରଣ । ଭଟଲିରେ ଚକ ବନ୍ଦ ନଥିବାରୁ ବଡ଼ି ଭୋର୍ ରୁ ଚାରିଚକିଆ ବିଶେଷତଃ ଦୁଇ ଚକିଆ ଯାନ ଦେଇ ହଜାର ହଜାର ଲୋକଙ୍କ ସୁଅ ଛୁଟିଥିଲା। ଏହି ପରିପ୍ରେକ୍ଷୀରେ ଭଟଲିରେ ବିରିୟାନୀ ଦୋକାନ ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଅମ୍ବାଭୋନା ସ୍ଥିତ କେଦାରନାଥ ଶୈବ ପୀଠ, ପଥରସେନି, ତାମଦେଇ, ପକ୍ଷୀ ଗ୍ରାମ ଗୋବିନ୍ଦପୁର, ସମ୍ବରଦର୍ହା, ଦେଚୁଆଁ, ସଂଗ୍ରାମୀ ପୀଠ ବାରବଖରା, ଅସୁରଗଡ ଜଳପ୍ରପାତ, ଆପଖୋଲ, ବଡ଼ ଆପଖୋଲ, ନଲୀଚୁଆଁ , ଆଦି ସ୍ଥାନକୁ ପର୍ଯ୍ୟଟନ ମାନଙ୍କ ସୁଅ ଛୁଟିଥିବା ପରିଲକ୍ଷିତ ହୋଇଥିଲା ।



