ରାଜସ୍ଥାନରେ ସରକାରୀ ସ୍କୁଲ କୋଠା ଭୁଶୁଡ଼ି ୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ଝଲୱାର ଜିଲ୍ଲା ପିପଲୋଡ୍ ଗାଁରେ ଭୁଶୁଡ଼ିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସକାଳ ପ୍ରାର୍ଥନା ପାଇଁ ପିଲାମାନେ ଏକାଠି ହୋଇଥିବା ବେଳେ ଅଘଟଣ। ଆଉ ୨୯ ଛାତ୍ରଛାତ୍ରୀ ଗୁରୁତର; ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଝଲୱାର ସ୍କୁଲ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
“ଏଭଳି ଦୁଃଖର ଘଡ଼ସନ୍ଧି ମୁହୂର୍ତ୍ତରେ ପୀଡ଼ିତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସହ ମୋର ସମବେଦନା” ଶ୍ରୀ ମୋଦୀ କହିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି :”ରାଜସ୍ଥାନର ଝଲୱାରୀ ସ୍କୁଲରେ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଘଟଣା । ଏଭଳି ଦୁଃଖର ଘଡ଼ସନ୍ଧି ମୁହୂର୍ତ୍ତରେ ପୀଡ଼ିତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସହ ମୋର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଭାବିତଙ୍କୁ କର୍ତ୍ତୃପକ୍ଷ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି:ଅଚାନକ ଛାତ ଖସିବାରୁ କ୍ଲାସ୍ରେ ଥିବା ପିଲାମାନେ ଦବି ରହିଥିବା ଜଣାପଡ଼ିଛି । ସୂଚନା ମୁତାବକ କ୍ଲାସ ଭିତରେ ୬୦ ପିଲା ଥିଲେ ସେମାନଙ୍କ ମଧ୍ୟରୁ ୨୫ ଜଣ ଦବି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ଏବଂ ଜେସିବି ସାହାର୍ଯ୍ୟର ଭଗ୍ନାବଶେଷ ଗୁଡିକୁ ହଟାଯାଉଛି । ଆହତ ପିଲାଙ୍କୁ କମୁନିଟି ହେଲ୍ଥ ସେଣ୍ଟରେ ଭତ୍ତି କରାଯାଇଛି ।



