ଓଡ଼ିଶା ପତ୍ରକାର ସଂଘ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର, ତା ୨୯.୦୭.୨୦୨୫ ରିଖ ରାଜ୍ୟ ସରକାର ଙ୍କ ଦ୍ଵାରା ସ୍ଵିକୃତି ପ୍ରାପ୍ତ ସାମ୍ବାଦିକ ସଂଗଠନ ଓଡ଼ିଶା ପତ୍ରକାର ସଂଘ ର ୧୬ ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ଅବିନାଶ ମିଶ୍ର, ଉପସଭାପତି ସୁରେଶ ଦାସ, ହର ପ୍ରସାଦ ଦାସ ଓ ରାଜ୍ୟ ସାଧାରଣ ସମ୍ପାଦକ ରାମଦାସ ଲିମା, ଉମେଶ ଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇ ଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସ ୯ ତାରିଖ ରେ ପ୍ରତିଷ୍ଠା ଦିବସ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ସଂଘ ପକ୍ଷରୁ ଏକ ସ୍ମରଣୀକା ପ୍ରକାଶ କରାଯିବା ସହିତ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)