ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ

ଢେଙ୍କାନାଳ, 01/08/2025- ଟାଟା ଷ୍ଟିଲ ମେରାମଣ୍ଡଳୀର ସିକ୍ୟୁରିଟି, ଅଗ୍ନି ନିରାପତ୍ତା, ସିଏସଆର୍ ଓ ପ୍ରଶାସନ ବିଭାଗର ମିଳିତ ଉଦ୍ୟମରେ ଖଡଗପ୍ରସାଦ ହାଇସ୍କୁଲରେ ଏକ ଅଗ୍ନି ନିର୍ବାପନ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପିଲାମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାମିଲ ହୋଇଥିଲେ ।ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଏ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଅଗ୍ନି ନିରାପତ୍ତା ସମ୍ପର୍କିତ କୌଶଳ ତଥା ଘରେ ବ୍ଯବହୃତ ହେଉଥିବା ବିପଦପୂର୍ଣ୍ଣ ଉପକରଣ ଯୋଗେ ଆଶଙ୍କା ଥିବା ଅଘଟଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସଚେତନ କରଯାଇଥିଲା । କିପରି ଏହିସବୁ ବିପର୍ଯ୍ୟୟ ଓ ଅଘଟଣର ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ସମସ୍ତଙ୍କୁ କ୍ଳାସରୁମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା । ଏହାସହ ଅଗ୍ନି ଜନିତ ସାଧାରଣ ଦୁର୍ଘଟଣା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା କରାଯାଇ କିଭଳି ଏହାର ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଫାୟାର ଟେଣ୍ଡର ଓ ଅନ୍ୟ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ସମ୍ପର୍କରେ ବ୍ୟବହାରିକ ପ୍ରଦର୍ଶନ କରଯାଇଥିଲା ।ଏଥିସହ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଟାଟା ଷ୍ଟିଲ ତରଫରୁ ଏହି ସଚେତନତାମୂଳକ ପଦକ୍ଷେପ ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଧନ୍ୟବାଦ ଜଣାଇଥିଲେ ।ଟାଟା ଷ୍ଟିଲ ମେରାମଣ୍ଡଳୀ ତରଫରୁ ଏହିଭଳି କାର୍ଯ୍ୟକ୍ରମ କମ୍ପାନୀର ଆଖପାଖ ଗ୍ରାମାଞ୍ଚଳ ତଥା ବିଦ୍ୟାଳୟଗୁଡିକରେ ନିୟମିତ ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯାଉଛି।




