ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ମନେହୁଏ

ରତ୍ନ ଗର୍ଭା କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ସତେ ଯେମିତି ଭୁଶୁଡ଼ି ଯାଇଛି ଆମ୍ବୁଲାନ୍ସ ସେବା। ନିକଟ ଅତୀତରେ ଦେଖିବାକୁ ମିଳିଥିଲା ଆମ୍ବୁଲାନ୍ସ ସେବା ଠିକଣା ସମୟରେ ନ ମିଳିବାରୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା।ପୁଣିଥରେ ଠିକଣା ସମୟରେ ଆମ୍ବୁଲାନ୍ସ ସେବା ନପାଇ ଦୁର୍ଘଟଣା ଗ୍ରସ୍ତ ଯୁବକ ରାଜରାସ୍ତାରେ ପ୍ରାୟ ଅଧ ଘଣ୍ଟାଏ ରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ପଡିରହିଥିବା ର ଦୁର୍ଭାଗ୍ୟ ଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଦୁଃଖଦ ସଡକ ଦୁର୍ଘଟଣା ଘଟିଛି ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ଟୋଂଣ୍ଟ ନିକଟରେ। ଏକ ଦ୍ରୁତଗାମୀ ବାଇକ୍ ରେ ଆସୁଥିବା ତିନି ଜଣ ଯୁବକ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇପଡିଥିବା ସୂଚନା ମିଳିଛି।ଦୁର୍ଘଟଣା ପରେ ଆହତ ତିନି ଜଣ ରାସ୍ତାରେ ହି ପଡିଥିଲେ, କିନ୍ତୁ ଦୁଃଖଜନକ ଭାବେ ଦୁର୍ଘଟଣା ହେବା ପରେ ପ୍ରାୟ 30 ରୁ 40 ମିନିଟ୍ ପର୍ଯ୍ୟନ୍ତ କୌଣସି ଆମ୍ବୁଲାନ୍ସ ଆସିନଥିଲା। ସେ ସମୟରେ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଆହତ ମାନଙ୍କୁ ଉଦ୍ଧାର କରି ତୁରନ୍ତ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏହି ଘଟଣା ପରେ ରତ୍ନ ଗର୍ଭା କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ରେ ଆଉଥରେ ଆମ୍ବୁଲାନ୍ସ ସେବାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ତେବେ ବଡ଼ବିଲ ପୋଲିସ୍ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




