
Mamta Health Institute for Mother and Child Organization, Project Jagriti- IV ଅଧୀନରେ ମ ରାମପୁର ବ୍ଲକ ଓ ଧର୍ମଗଡ ବ୍ଲକ୍ ର ବିଭିନ୍ନ ଗ୍ରାମ ରେ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ବିଶ୍ଵ ସ୍ତନ୍ୟ ପାନ ଦିବସ ପାଳନ କରାଯାଉଅଛି।ଏହା ଅଗଷ୍ଟ ୧ ରୁ ଆରମ୍ଭ ହୋଇ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥାଏ।ଏହି କାର୍ଯ୍ୟକ୍ରମ ରେ ପ୍ରସୂତୀ ମା ମାନଙ୍କୁ ସ୍ତନ୍ୟପାନ ର ଲାଭ ଏବଂ ସଠିକ୍ ତରିକାକୁ ବିସ୍ତାର ଭାବେ କୁହାଯାଉଛି। ଯେମିତି କି ଶିଶୁ ଜନ୍ମ ହେବାର ଗୋଟେ ଘଣ୍ଟା ଭିତରେ ସ୍ତନ୍ୟ ପାନ କରିବା ନିହାତି ଜରୁରୀ। ମାଆ ର ଗାଢ଼ ହଳଦିଆ କ୍ଷୀର(ଯାହାକୁ କଲେଷ୍ଟ୍ରମ୍ କୁହାଯାଏ)ନବଜାତ ଶିଶୁ ପାଇଁ ଅମୃତ ସମାନ ଅଟେ। ଏହା ଶିଶୁ କୁ ଅନେକ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ଶିଶୁ କୁ ଛ ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଦିଆ ଯିବା ଉଚିତ୍। ଏମିତି କି ତାକୁ ଅଲଗା ପାଣି ଦବାର ବି କୌଣସି ଦରକାର ନାହି। କାରଣ ମା କ୍ଷୀର ରେ ହି ପର୍ଯ୍ୟାପ୍ତ ମାତ୍ରା ରେ ପାଣି ରହିଥାଏ। ଏପରି କାର୍ଯ୍ୟକ୍ରମ ଗୋଟେ ସପ୍ତାହ ରେ ସୀମିତ ନ ରହି ସବୁ ମାସ ରେ କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ତରଫ ରୁ ପରାମର୍ଶ କରାଯାଇଅଛି।ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପୋଷଣ ଚିଠି ପୋଷ୍ଟ ପିଅନ ମାଧ୍ୟମରେ ପ୍ରସୂତି ମା ମାନଙ୍କୁ ବଣ୍ଟନ କରାଯାଇଛି, କଳାହାଣ୍ଡି ର ଲୋକନୃତ୍ୟ ଘୁମୁରା ମାଧ୍ୟମ ରେ ମଧ୍ୟ ମା ମାନଙ୍କୁ ସ୍ତନ୍ୟପାନ ଉପରେ ସଚେତନ କରାଯାଇଅଛି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜିକା ବର୍ଷାରାଣୀ ଦାଶ ଏବଂ ମମତା ର ସମସ୍ତ କର୍ମ କର୍ତ୍ତା ମାନେ ସଞ୍ଚାଳନ କରିଥିଲେ।




