ଭୂବନେଶ୍ୱର, ୦୮/୦୮ : ଓଡିଶାରେ ଓଡ଼ିଆରେ ବାଧ୍ୟତାମୂଳକ ହେଲା ନାମ ଫଳକ। ଯେକୌଣସି ଛୋଟ ହେଉ କି ବଡ଼ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନେମ୍ ପ୍ଲେଟ୍ ବାଧ୍ୟତାମୂଳକ କଲେ ସରକାର। ଓଡିଆରେ ନାମଫଳକ ନଲେଖିଲେ ଦେବାକୁ ପଡ଼ିବ ଜରିମାନା। ୧୦୦ କି ୨୦୦ ନୁହେଁ ଯଦି ଓଡ଼ିଆରେ ନାମଫଳକ ନଲଗେଇବେ ତାହାଲେ ଦିନକୁ ଦେବାକୁ ପଡ଼ିବ ୫୦୦ ଟଙ୍କା।
ସରକାର ୫୫ ଦିନର ସମୟ ସୀମା ଦେଇଛନ୍ତି। ଆଉ ୫୫ ଦିନ ମଧ୍ୟରେ ନେମ୍ ପ୍ଲେଟ୍ ଓଡ଼ିଆରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଯଦି ଏହି ୫୫ ଦିନ ପାର କରିଗଲା ତାହାଲେ ୫୬ ଦିନ ପାଖରୁ ଆପଣଙ୍କୁ ଦିନକୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିବ।



