ଅଙ୍ଗନୱାଡ଼ି ଛାତରୁ ନାବାଳକର ମୃତଦେହ ଉଦ୍ଧାର, ବିଦ୍ୟୁତାର ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ।
ଅଙ୍ଗନୱାଡ଼ି କେନ୍ଦ୍ର ଛାତ ଉପରେ ମିଳିଲା ନାବାଳକର ମୃତଦେହ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ନେଇ ସନ୍ଦେହ, ଏହିଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ସ୍ଥିତ ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ଉପରୁ ଜଣେ ନାବାଳକ ର ମୃତଦେହ ଉଦ୍ଧାର ହୋଇଛି । ମୃତକ ବିଲେଇପଦା ମୁଣ୍ଡା ସାହିର ଗୋବିନ୍ଦ ବବଙ୍ଗା ଙ୍କ ୭ ବର୍ଷର ପୁଅ ଅରୁଣ ବବୋଙ୍ଗା ହୋଇଥିବା ନେଇ ସୂଚନା।ଏହି ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ଉପର ଦେଇ ଅସୁରକ୍ଷିତ ଭାବେ ପାଖ ଦୋକାନକୁ ବିଦ୍ୟୁତ୍ ତାର ସଂଯୋଗ ଯାଇଥିବାବେଳେ ନା’ବାଳକର ମୃତ ଦେହ ବିଦ୍ୟୁତ୍ ତାର ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି । ତେଣୁ ଇଲେକ୍ଟ୍ରି କରେଣ୍ଟ ଲାଗି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ଯୋଡ଼ା ପୋଲିସ୍।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



