ଦୁର୍ଘଟଣାରେ ମୃତକ ପରିବାରକୁ ସହାୟତାର ହାତ ବଢାଇଲେ ପୂର୍ବତନ ସାଂସଦ
ହିନ୍ଦୋଳ: ଗତକାଲି ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ପଞ୍ଚାୟତର ନୂଆପାଟଣା ଗ୍ରାମର ସୁଦାମ ସାହୁ (୪୨) ଅତ୍ୟନ୍ତ ଦୟନୀୟ ଭାବେ ଆଠଗଡଠାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ସୁଦାମ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କଟକରେ କାର୍ଯ୍ୟ କରୁଥିଲେ । ଗତକାଲି ସେ ତାଙ୍କ ଗ୍ରାମକୁ ଫେରୁଥିବାବେଳେ ଆଠଗଡଠାରେ ରାସ୍ତା କଡ଼ରେ ଛିଡା ହୋଇଥିଲେ । ସେହି ସମୟରେ ଏକ ଟ୍ରକ ଆସି ତାଙ୍କ ଉପରେ ଓଲଟି ପଡିଥିଲା । ଘଟଣା ସ୍ଥଳରେ ସୁଦାମ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଆହତ ହୋଇଥିଲେ । ଏ ଖବର ପାଇ ଢେଙ୍କାନାଳର ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ତାଙ୍କ ନୂଆପାଟଣା ସ୍ଥିତ ବାସଭବନରେ ପହଞ୍ଚି ଶୋକସନ୍ତପ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରିଥିଲେ ଏବଂ ସୁଦାମଙ୍କ ଛୋଟ ପିଲା ଦୁଇଟିର ଶିକ୍ଷା ଭାର ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ମହେଶଙ୍କ ଏଭଳି ଗରିବ ପରିବାରକୁ ସହାୟତା ପ୍ରଦାନ କୁ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


