ବିଶିଷ୍ଟ ପାଲା ଗାୟକ,ସଙ୍ଗିତକାର ଓ କବି ପ୍ରାଣକୃଷ୍ଣ ସାହୁଙ୍କ ସହିତ ସାକ୍ଷାତକାର
ବିଷୟ – ବାଲିପୋଖରୀ ର ମହାମାଲ୍ୟ ଗ୍ରାମର ସ୍ବର୍ଗତ ନନ୍ଦକିଶୋର ସାହୁ ଓ ମାତା ବାଳି ସାହୁଙ୍କ ପୁତ୍ର ପ୍ରାଣକୃଷ୍ଣ ସାହୁ।ସେ ନିଜ ଗ୍ରାମର ପରମାନନ୍ଦ ପୁର ଉପ୍ରା ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପାଶ ପରେ ବାଲି ପୋଖରୀରେ ସୁକଦେବ ଯେନା ହାଇସ୍କୁଲରୁ ଏକାଦଶ ଶ୍ରେଣୀ ପାଶ କରିଥିଲେ।ତା ପରେପରେ ପୁରୀରେ ଥିବା ସଦାଶିବ ସଂସ୍କୃତ ମହାବିଦ୍ୟାଳୟରୁ ମଧ୍ୟମା ପାଶ କଲେ।ତା’ପରେ ମଞ୍ଜୁରୀରୋଡ ରେ ଥିବା ନାମି ମହାବିଦ୍ୟାଳୟରୁ ଆଏ ପଢି ପାଶ କରିଥିଲେ।ତା’ପରେ ତାଙ୍କ ବାପା,ମା ବାହାରକୁ ଛାଡ଼ିଲେ ନାହିଁ ଚାକିରୀ କରିବାକୁ ।ସେଠୁ ସେ ପାଲାକୁ ଆଦରି ନେଇ ଓଡିଶାର ନାମକରା ଗୁରୁଙ୍କ ପାଖରେ ରହି ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ପାଲା ପରିବେଷଣ କଲେ ଓ ବିଭିନ୍ନ ଯାଗାରୁ ପୁରସ୍କୁତ ହୋଇଲେ। ତା’ପରେ ଆଠ ଟି ବହି ଲେଖିଲେ ଯଥା ଏମିତି ବି ଝିଅ ଅଛନ୍ତି,ବାଆକୁ ବତା,ମୋ ପୁସି ବିଲେଇ,ପିଲାଙ୍କ ପାଇଁ ପଦେ, ଅଶାନ୍ତ କୁହୁଡି ଆଦି ର ଲେଖକ ଅଟନ୍ତି।ତା ସହିତ ସେ ବହୁ ଯାଗା ଯାଇ କବିତା ପାଠ କରିଥାନ୍ତି।ଏବେ ବୟସର ଅପରାହ୍ନ ରେ ଆଉ କୁଆଡେ଼ ଯାଇ ପାରୁନାହାନ୍ତି।ତାଙ୍କର ସହଧର୍ମିଣୀ ଙ୍କ ଦେହାନ୍ତ ପରେ ସେ ସଂପୁର୍ଣ୍ଣ ଭାଙ୍ଗି ପଡିଛନ୍ତି।ଦେହ ପ୍ରାୟ ଭଲ ହେଉନାହିଁ। ସେଥିପାଇଁ ସେ ଆଉ କୁଆଡେ଼ ଯାଇ ପାରୁନାହାନ୍ତି।ସେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଛନ୍ତି।ତାଙ୍କର ଦୁଇଟି ପୁତ୍ର ଅଛନ୍ତି।ଓ ବୋହୁ,ନାତୁଣୀ ଙ୍କୁ ନେଇ ହସ ଖୁସିରେ ଅଛନ୍ତି ।ତାଙ୍କ ବିଷୟରେ ବନମାଳୀ ସାହୁ,ବୋହୁ ଜୟନ୍ତୀ ଲତା ସାହୁ,ପୁତ୍ର ଯାହା କହନ୍ତି ଆସନ୍ତୁ ଶୁଣିବା ।



