ଆଉ ବ୍ୟବହାର ହେବନି ହରିଜନ ଶବ୍ଦ। ଏସ୍ସି/ ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଚିଠି। ସମସ୍ତ ବିଭାଗୀୟ ସଚିବଙ୍କୁ ଲେଖାଗଲା ଚିଠି।
ଏହା ସହ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ଚିଠି ଲେଖାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନକୁ ମଧ୍ୟ ହୋଇଛି ଚିଠି। ଜାତି ପ୍ରମାଣପତ୍ରରେ ବି ରହିବନି ହରିଜନ ଶବ୍ଦ। କେବଳ ଅନୁସୂଚିତ ଜାତି ନାଁ ବ୍ୟବହାର କରିବାକୁ ନିର୍ଦ୍ଦେଶ।
ରେକର୍ଡ ପତ୍ରରେ ଅନୁସୂଚିତ ଜାତି ଉଲ୍ଲେଖ ପାଇଁ ନିର୍ଦ୍ଦେଶ ହୋଇଛି।



