କାରକୁ ଧକ୍କା ଦେଲା ହାଇୱ।, ଚାରି ଗୁରୁତର ଅବସ୍ଥାରେ ଚିକିତ୍ସିତ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତ ରେ ଅଜଣା ଗାଡି ଧକ୍କା ରେ ଚାରିଜଣ ଗୁରୁତର ଆହତ। କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ୫୨୦ ନମ୍ବର୍ ଜାତୀୟ ରାଜପଥ ଲହଣ୍ଡା ଓଭର ବ୍ରିଜ ନିକଟରେ ଅଜଣା ଟ୍ରକ୍ ଗୋଟିଏ କାର୍ କୁ ଧକ୍କା ଦେଇଥିଲା । ଏଥିରେ ବସି ଥିବା ୪ଜଣ ଗୁରୁତର ଆହତ ହୋଇଥିଲେ। ଆହତ ମାନଙ୍କୁ ଯୋଡା ଟାଟା ଷ୍ଟିଲ ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା । ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତି ଙ୍କୁ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ନେଇ ସୂଚନା। ସୂଚନା ଅନୁଯାୟୀ ଏହି କାରଟି ତେଲକୋଇ ଅଞ୍ଚଳରୁ ଯୋଡା ଅଭିମୁଖେ ଆସୁଥିବା ବେଳେ ଉକ୍ତ ପୋଲ ନିକଟରେ ବିପରୀତ ଦିଗରୁ ଯାଉଥିବା ଏକ ଅଜଣା ଟ୍ରକ୍ କାର କୁ ଧକ୍କା ଦେଇ ଫେରାର ହୋଇ ଯାଇ ଥିଲା ଟ୍ରକ୍ କୁ ଧରିବା ପାଇଁ ପୋଲିସ୍ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


