ନାଲକୋରେ ଆଦର୍ଶ ଡ୍ୟାନ୍ସ ଏକାଡେମୀ ର ବାର୍ଷିକ କ୍ରୀଡା ଉତ୍ସବ ପାଳନ

ଅନୁଗୋଳ:ନାଲକୋରେ ଆଦର୍ଶ ଡ୍ୟାନ୍ସ ଏକାଡେମୀ ର ବାର୍ଷିକ କ୍ରୀଡା ଉତ୍ସବ ଶନିବାର ସନ୍ଧ୍ୟାରେ ଡ୍ୟାନ୍ସ ଟ୍ରେନର ଲଳିତ ରଞ୍ଜନ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ପଦ୍ମାକ୍ଷୀ ସିଂହ, ଆଇନଜୀବୀ ପ୍ରଦୀପ ଦେବତା, ସମ୍ମାନିତ ଅତିଥିଭାବେ ଟାଇକୋଣ୍ଡ ଶିକ୍ଷକ ଦୁଷ୍ମନ୍ତ ନାଥ, ଶ୍ରଦ୍ଧା ସିଂଦେଓ, ନୃତ୍ୟ ଅନୁଷ୍ଠାନ ର ଶିକ୍ଷକ ଶ୍ରୀକାନ୍ତ ସାର, ସାମ୍ବାଦିକ ସତ୍ୟଶମ୍ଭୁ ନାଏକ, ସୁଧାକର ସାହୁ ଯୋଗ ଦେଇଥିଲେ।

ଏହି ଆଦର୍ଶ ଡ୍ୟାନ୍ସ ଏକାଡେମୀ ର ବାର୍ଷିକ କ୍ରୀଡା ଅଗଷ୍ଟ ୧୦ ତାରିଖ ରୁ ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖ ଦିନ ସମାପ୍ତ ହୋଇଥିଲା।ସେଠାରେ ବିଭିନ୍ନ ପ୍ରକାରର କ୍ରୀଡା ଯଥା ଡ୍ୟାନ୍ସ, ଦୌଡ, ବେଙ୍ଗ ଡିଆଁ, ଏକ ଗୋଡ଼ ଦୌଡ, ଆର୍ଟ, ପ୍ରଜାପତି ଦୌଡ଼, ମ୍ୟୁଜିକ ଚେୟାର ଜିନ୍ମାଷ୍ଟିକ ଆଦି ଅନୁଷ୍ଠିତ ହୋଇଥିଲା। ଏହି ବାର୍ଷିକ କ୍ରୀଡା ଉତ୍ସବରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଠାରେ ବିଭିନ୍ନ ପ୍ରକାରର କ୍ରୀଡା, ନୃତ୍ୟ ଓ ଉତ୍ତମ ସଂସ୍କାର ପ୍ରଦାନ କରାଯାଏ।

ସମସ୍ତ ପ୍ରକାର ଶିକ୍ଷା ପ୍ରଦାନ କରାଯାଏ। ତାଙ୍କର ଲକ୍ଷ ପିଲା ମାନଙ୍କୁ ଆଗକୁ ବଢାଇ ଦେଶ ଓ ଜାତିର ନାମ ରଖିବା ପାଇଁ ମୁଖ୍ୟ ଉଦେଶ୍ୟ ବୋଲି ସଂସ୍ଥାର ମୁଖ୍ୟ ଲଳିତ ମୋହନ ମହାପାତ୍ର କହିଛନ୍ତି।ଅନୁଗୋଳ ରୁ ସୁଧାକର ସାହୁ





