ଧାନ ବେପାରୀ ଙ୍କ କବଯାରେ ମେଦିନୀପୁର କୃଷି ସେବା ସମବାୟ ସମିତି ଲିଃ ର ଧାନ ବିକ୍ରୟ ପ୍ରକ୍ରିୟା
କଳାହାଣ୍ଡି /ଭବାନୀପାଟଣା -ସରକାର ସ୍ୱଚ୍ଛତା ଆଣିବା ପାଇଁ ଯେତେ ପ୍ରୟାସ କଲେମଧ୍ୟ କିଛି କାମଦେଉନିଏସବୁ କଟକଣା ବରଂ ଆହୁରି ଅଧିକ ସୁହାଉଛି ଧାନ ବେପାରୀ ମାନଙ୍କୁ,ମିଲ ଏଜେଣ୍ଟ ମାନେ ସାଜିଛନ୍ତି ବଡ଼ବଡ଼ ଧାନ ବେପାରୀ,ସରକାର ଧାନର ସର୍ବ ନିମ୍ନ ମୂଲ୍ୟ କ୍ଵଇଣ୍ଟାଲ ପ୍ରତି 3100 ଟଙ୍କା କୁ ବୃଦ୍ଧି କରିବା ପରେ ଧାନ ବେପାରୀ ମାନେ ସକ୍ରିୟ ହୋଇ ଯାଇଛନ୍ତି, ବେପାରୀ ମାନେ ବର୍ତମାନ ଧାନ ବିକ୍ରୀ ପାଇଁ ଅନଲାଇନ ଚାଲିଥିବାରୁ ଚାଷୀ ମାନଙ୍କୁ ସାଙ୍ଗରେ ସମବାୟ ସଂସ୍ଥା କୁ ନେଇ ଅନଲାଇନ କରାଉଥିବା ସହ ଅପରେଟର କୁ ହାତ ଗୁଂଜା ଦେଇ ତାଙ୍କ କାମ ସବୁଠାରୁ ଆଗରେ କରାଇନେଉଛନ୍ତି,ବେପାରୀ ଙ୍କ କାମ ଆଗ ହେଉଥିବା ବେଳେ ନିରୀହ ଚାଷୀ ଟିଏ ହଇରାଣ ହରକତ ହେଇ ମରୁଥିବା ଅଭିଯୋଗ ହୁଏ ,ଚାଷୀ ନିଜେ ଯାଇ ଆବଶ୍ୟକୀୟ କାଗଜ ପତ୍ର ଦେଇଥିଲେହେଁ ଦୀର୍ଘ ଦିନ ପର୍ଯ୍ୟନ୍ତ ଅନଲାଇନ ହୋଇପାରୁନାହିଁ,ସଦର ବ୍ଲକ ସରଗଲାଞ୍ଜି ଗ୍ରାମର ଶେଷଦେବ ପଟେଲ ଙ୍କ କହିବା ମୁତାବକ ସେ ଦୀର୍ଘ 25 ଦିନରୁ ଅଧିକ ଦିନ ହେଲାଣି ସମସ୍ତ କାଗଜ ପତ୍ର ସୋସାଇଟି ରେ ଦେଇଛନ୍ତି ହେଲେ ତାଙ୍କ ଅନଲାଇନ ଏଯାଏଁ ହୋଇନାହିଁ ଯେତେବେଳେ ଯାଇ ବୁଝିଲେ ସର୍ଭର ସ୍ଲୋ ଅଛି କହି ଫେରାଇ ଦିଆଯାଉଛି କିନ୍ତୁ ତାଙ୍କ କହିବା ମୁତାବକ ତାଙ୍କ ପରେ ପରେ କାଗଜ ପତ୍ର ଦେଇଥିବା ଲୋକ ଙ୍କ ଅନଲାଇନ ସରିଗଲାଣି ହେଲେ ତାଙ୍କ ର ହେଇପାରୁନାହିଁ,ବେପାରୀ ଙ୍କ ଜରିଆରେ ଦିଆଯାଉଥିବା କାଗଜ ପତ୍ର ସମସ୍ତ ଙ୍କ ଠାରୁ ଆଗ ରେ ଅନଲାଇନ କରିଦିଆଯାଉଛି, ବେପାରୀ ଙ୍କୁ ରୋକିବା ପାଇଁ ସରକାର ଯେତେ ସବୁ କଟକଣା କରୁଛନ୍ତି ବେପାରୀଙ୍କୁ ସେତେ ଅଧିକ ସୁହାଉଛି, କାରଣ ନିରୀହ ଛୋଟ ଚାଷୀ ମାନେ କିଏ ଏତେ ଝାମେଲା ଭିତରେ ପଡିବ ବୋଲି ଧାନ ବେପାରୀ ଙ୍କ ହାତକୁ କମ ଦର ରେ ଧାନ ଦେଉଥିବା ଅଭିଯୋଗ ହେଉଛି , ରବିରେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି 2400 ଟଙ୍କାରେ ଧାନ କିଣାଯାଇ ଥିବା ଏକ ବିଶେଷ ସୂତ୍ର ରୁ ଜଣାପଡିଛି,ଧାନ ଦର ବଡିବା ପରେ ଧାନ ବେପାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇଛି, ଧାନ ଅନଲାଇନ ଠାରୁ ଆରମ୍ଭ କରି ମଣ୍ଡିରେ ଧାନ ଦେବା ପର୍ଯ୍ୟନ୍ତ ସାଧାରଣ ଚାଷୀ ଙ୍କ ପାଇଁ କାଠିକର ପାଠ ହେଉଛି ସେମାନଙ୍କୁ ଏମିତି କରିଦିଆଯାଉଛି ବାଧ୍ୟ ହୋଇ ବେପାରୀଙ୍କ ସାହାରା ନେବାକୁ ପଡୁଛି , କିନ୍ତୁ ବେପାରୀ ମାନେ ଭିତିରିଆ ମଧୁଚନ୍ଦ୍ରିକା କରି ସୁରୁଖୁରୁ ରେ ତାଙ୍କ କାମ ହାସଲ କରିନେଉଥିବା ଅଭିଯୋଗ ହେଉଛି,ଚଳିତ ବର୍ଷ ଭାଗ ଚାଷୀ ଙ୍କ ପାଇଁ ଜମି ମାଲିକ ଙ୍କ ଆଧାର କାର୍ଡ, ଫର୍ମ ରେ ଦସ୍ତଖତ , ରାଜସ୍ବ ନିରୀକ୍ଷକ ଙ୍କ ତଦନ୍ତ ଇତ୍ୟାଦି ସାମିଲ କରା ଯାଇଥିବା ବେଳେ ଜମି ମାଲିକଙ୍କ ବିନା ସହମତି ରେ ଭାଗ ଚାଷୀ ଙ୍କ ନାମରେ ଅନଲାଇନ କରାଯାଇଥିବା ନଜିର ଦେଖିବାକୁ ମିଳିଛି, ଚାଷୀ ନିଜ ନାମରେ ଅନଲାଇନ କରିବାକୁ କାଗଜ ପତ୍ର ସମବାୟ ସଂସ୍ଥା ରେ ଦେଇଥିଲେ ମଧ୍ୟ ଅନଲାଇନ ହୋଇପାରୁନି, ଏଭଳି ଘଟଣା ଘଟିଛି ବଳରାମ ପୁର ଗ୍ରାମର ଚାଷୀ ରାକେଶ କୁମାର ମୁନୀ ଙ୍କ କ୍ଷେତ୍ରରେ, ସେ ଅନଲାଇନ ପାଇଁ ସମସ୍ତ କାଗଜ ପତ୍ର ସମବାୟ ସମିତିରେ ଦାଖଲ କରିଥିଲେ ହେଁ ତାଙ୍କ ନାମରେ ଅନଲାଇନ କରାଯିବା ସମୟ ରେ ସେହି ସମସ୍ତ 7.00 ଏକର ଜମି କେଶବ ଚନ୍ଦ୍ର ସା ଙ୍କ ନାମରେ ପଞ୍ଜିକରଣ କରିଦିଆଯାଇଛି ଥିବା ଜଣାପଡିଥିଲା,ଏସମ୍ପର୍କରେ ଡାଟା ଏଣ୍ଟ୍ରି ଅପାରେଟର ସମୀର ରାଜୁ ଙ୍କୁ ପଚାରିବାରୁ ଭୁଲ ରେ ଖସିଯାଇଥିବ ବୋଲି କହିଥିଲେ , ଏଠାରେ ପ୍ରଶ୍ନ ଉଠୁଛି ଭୁଲରେ ଖସିଗଲା କେମିତି ଯେହେତୁ ଏହି ଜମିରେ ତ୍ରିଲୋଚନ ମୁନୀ, ଧନେଶ୍ୱର ମୁନୀ ପିତା -କାନ୍ତାରୁ ମୁନୀ, ମାର୍କଣ୍ଡ ମୁନୀ, ମନୋଜ କୁମାର ମୁନୀ, ମଦନ ମୋହନ ମୁନୀ ପିତା -ସତ୍ୟନାରାୟଣ ମୁନୀ, ଶଶୀରେଖା ମୁନୀ ସ୍ୱାମୀ -ସତ୍ୟନାରାୟଣ ମୁନୀ ଙ୍କ ନାମ ଉଲ୍ଲେଖ ଅଛି, ଯେହେତୁ ଏହା ଏକ ଜଏଣ୍ଟ ପଟ୍ଟା ସମସ୍ତ ଙ୍କ ସହମତି ଦରକାର, ଏଭଳି ସ୍ଥଳେ ଜଣେ ଭାଗ ଚାଷୀ ଙ୍କ ନାମରେ କେଉଁ ଭଳି ଭାବେ ଅନଲାଇନ କରାଗଲା, ଏଥିରୁ ସ୍ପ୍ରଷ୍ଟ ପ୍ରମାଣିତ ହେଉଛି କିଛିତ ଗଡ଼ବଡ଼ ଅଛି ଏଣୁ ଜାଣିବୁଝୀ ଅନଲାଇନ କରାଯାଇଛି, ଏସମ୍ପର୍କରେ DRCS ଙ୍କୁ ପଚାରିବାରୁସେ କହିଲେ ଏହି ଭଳି ହେବାକଥା ନୁହଁ ମୁଁ ଏହାର ତଦନ୍ତ କରିବି ଓ ଏହାକୁ ବାତିଲ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ,DRCS ଙ୍କ ହସ୍ତ କ୍ଷେପ ପରେ ବାତିଲ କରି ଅନ୍ୟ ଚାଷୀ ଙ୍କ ନାମ ରେ ଅନଲାଇନ କରାଯାଇଛି, ଏହି କୃଷି ସମବାୟ ସମିତି ରେ ଧାନ ମଣ୍ଡି ରେ ଦେବା ସମୟରେ ମଧ୍ୟ ଚାଷୀ ହଇରାଣ ହେଉଛନ୍ତି, କିଛି ଲୋକ ଏହାକୁ କବଜା କରି ରଖିଛନ୍ତି, ସେମାନଙ୍କ ହିସାବରେ ହିଁ ସବୁ ଚାଲିଛି, ଧନୀ ହେବାଲୋକ ଧନୀ ହେଉଛନ୍ତି ଚାଷୀ ଯେଉଁ ଗରିବକୁ ସେହି ଗରିବ ହୋଇ ପଡ଼ିରହିଛି,ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦୋଷୀକୁ ଦଣ୍ଡ ବିଧାନ କରାଯିବାକୁ ଚାଷୀ ମାନେ ଦାବୀ କରିଛନ୍ତି,



