ପବିତ୍ର ଶ୍ରୀ ଗଣେଶଚତୁର୍ଥୀ ରେ ଧରାବତରଣ କଲେ ଲମ୍ବୋଦର ପ୍ରଭୁ ଶ୍ରୀ ଗଣେଷ

ଆଜି ପବିତ୍ର ଶ୍ରୀ ଗଣେଷଚତୁର୍ଥୀ ଅବସରରେ ଧରାପୃଷ୍ଟକୁ ଅବତରଣ କରିଛନ୍ତି ଉମାପାର୍ବତି ନନ୍ଦନ ବିଘ୍ନହରତା ଲମ୍ବୋଦର ପ୍ରଭୁ ଶ୍ରୀ ଗଣେଶ। ସେହି ପରିପ୍ରେକ୍ଷୀରେ ବଦବିଲ ପୌରାଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ବିଘ୍ନହରତା ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ଅତି ହର୍ଷ ଉଲ୍ଲାସ ସହକାରେ ଯଥା ବିଦ୍ଧି ରିତି ନୀତି ଅନୁସାରେ ବିଘ୍ନହରତା ଶ୍ରୀ ଗଣେଶଙ୍କ ମୂର୍ତ୍ତୀ ସ୍ଥାପନ କରି ଅତି ସୁସଜ୍ଜିତ ଭାବରେ ସାଜସଜ୍ଜା କରି ଆବାଳ ବୃଦ୍ଧ ବନିତା ଏକ ହୋଇ ନିଷ୍ଟାର ସହକାରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




