ନେପାଳର Gen-Z ପ୍ରୋଟେଷ୍ଟ ପୁରା ଦେଶରେ ନିଆଁ ଲଗାଇଦେଲା। ଆଉ ତତକାଳୀନ ସରକାରଙ୍କୁ ହଟାଇ ନୂଆ ସରକାର ସ୍ଥାପନ କଲା। ଆଉ ଏହି Gen-Z ନିଆଁ ଏବେ ଭାରତରେ ବ୍ୟାପିବାରେ ଲାଗିଲାଣି। ଲେହରେ Gen-Z କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ ଆରମ୍ଭ କରିଛନ୍ତି। ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଛାତ୍ରମାନେ ଏକ ବିଶାଳ ପ୍ରତିବାଦ କରିଛନ୍ତି।
ପ୍ରତିବାଦ ସମୟରେ ଛାତ୍ରମାନେ ଏକ CRPF ଗାଡ଼ି ଜାଳି ଦେଇଥିଲେ। ପୋଲିସ ଏବଂ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ୱାଙ୍ଗଚୁକ କିଛି ମାସ ଧରି ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଆସୁଛନ୍ତି, କିନ୍ତୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।ସୂଚନା ଅନୁଯାୟୀ, ପ୍ରଦର୍ଶନକାରୀମାନେ ରାଜ୍ୟ ମାନ୍ୟତା ଏବଂ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରି ବିରୋଧ ପ୍ରଦର୍ଶନ କରୁଛନ୍ତି। ପରିସ୍ଥିତି ଖରାପ ହେଉଥିବା ଦେଖି ସ୍ଥାନୀୟ ପୁଲିସ ପ୍ରତିବାଦ ସ୍ଥଳରେ ଅତିରିକ୍ତ ଫୋର୍ସ ମୁତୟନ କରିବାରୁ ଏବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଉଛି।
ତେବେ ବର୍ତ୍ତମାନ ସମୟରେ ଏପରି ସଂଘର୍ଷ ହେବା ପ୍ରଥମ ଘଟଣା ନୁହେଁ। ବୁଧବାର ଦିନ ସ୍ଥାନୀୟ ବାସିନ୍ଦାମାନେ ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କ ଉପରେ ଚାପ ପକାଇବାକୁ ଲଦାଖ ବନ୍ଦ ଡାକରା ଦେଇଥିଲେ। ଏହି ସମୟରେ ବନ୍ଦ ଡାକରା ହିଂସାତ୍ମକ ମୋଡ଼ ନେଇଥିଲା। ଆଜିର ଧର୍ମଘଟ ଏବଂ ସଂଘର୍ଷ ଏହି ଅଞ୍ଚଳରେ ବଢ଼ୁଥିବା କ୍ରୋଧ ଏବଂ ଅଶାନ୍ତିକୁ ପ୍ରତିଫଳିତ କରିଛି। ଲଦାଖର ଲୋକଙ୍କ ଦାବି ଉପରେ ଆଲୋଚନା ପୁନଃ ଆରମ୍ଭ କରିବାକୁ ଅକ୍ଟୋବର ୬ତାରିଖରେ ଲଦାଖ ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର।କୁହାଯାଉଛି ଯେ, ଗତ ୧୫ ଦିନ ଧରି ଲଦାଖରେ ପ୍ରତିବାଦ ଜାରି ରହିଛି। ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ ୨ସପ୍ତାହ ହେଲାଣି ଅନଶନରେ ବସିଛନ୍ତି। ତାଙ୍କ ସହ ଅନଶନରେ ବସିଥିବା ୧୫ଜଣ ପ୍ରତିବାଦକାରୀଙ୍କ ମଧ୍ୟରୁ ୨ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-13-scaled.jpg)


