ଭୁବନେଶ୍ବର ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ
ଭୁବନେଶ୍ବର: ପାର୍ବଣ ପାଇଁ ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି କରିଛି କମିଶନରେଟ ପୋଲିସ। ଏଥର ଭୁବନେଶ୍ୱରରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ମୋଟ ୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି। ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି। ବିଦ୍ୟୁତ୍ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଛି। ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ କହିଛନ୍ତି ଯେ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଉଛୁ। ଡ୍ରୋନ୍ ସହାୟତାରେ ମଣ୍ଡପ ଉପରେ ତୀକ୍ଷ୍ଣ ନଜର ରହିଛି। ସ୍ମାର୍ଟ କଣ୍ଟୋଲ୍ ରୁମ୍ ଜରିଆରେ ପାର୍ବଣ ପରିଚାଳନା ହେଉଛି। ସିସିଟିଭି ନଜରରେ ରହିଛି ସବୁ ପୂଜା ମଣ୍ଡପ। ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଏସ୍. ଦେବଦତ୍ତ ସିଂ।



