କେନ୍ଦୁଝର ଜିଲ୍ଲାରେ ଜାରି ରହିଛି ହାତୀପଲ ଆତଙ୍କ l ଲେଉଟିଲେ ତିରିସ ଟିକିଆ ହାତୀପଲ, ଭୟଭୀତ ଓ ଆତଙ୍କିତ ଗ୍ରାମବାସୀ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ରେ ଜାରି ରହିଛି ହାତୀପଲ ଙ୍କ ଉତ୍ପାତ।ଗତ ମାସରେ ଚମ୍ପୁଆ ରେଞ୍ଜ ଛାଡି ସଦର ରେଞ ମଧ୍ୟ ଦେଇ ପାଟଣା ରେଞ ରାସ୍ତାରେ ମୟୁରଭଞ୍ଜ ର କରଞ୍ଜିଆ ରେଞ୍ଜ କୁ ଚାଲି ଯାଇଥିବା ତିରିଶ ଟିକିଆ ହାତୀପଲ ଗତ ରାତି ପୁଣି ଚମ୍ପୁଆ ରେଞ୍ଜ କୁ ଲେଉଟି ଆସିଛନ୍ତି l ହାତୀପଲ ବୈତରଣୀ ନଦୀ ପାର ହେଇ ପଦ୍ମପୁର ଗାଁ ମଧ୍ୟ ଦେଇ ଝାଲିଆ ବେଡା ଗାଁ ଜଗଂଲରେ ପ୍ରବେଶ କରିଛନ୍ତି l ହାତୀପଲରେ ୧୨ଟି ମାଇ ୧୧ ଟି ଦନ୍ତା ହାତୀ ଥିବା ବେଳେ ୭ଟି ଛୁଆ ହାତୀଥିବା ଜଣା ପଡିଛି l ହାତୀ ପଲ ମଧ୍ୟରେ ଏକ ଆଘାତ ପ୍ରାପ୍ତ ଛୁଆ ହାତୀ ଥିବା ଜଣାପଡିଏ l ଗତ ମାସରେ ଏହି ହାତୀ ପଲ ଚମ୍ପୁଆ ରେଞ୍ଜ ଛାଡି ସଦର ଓ ପାଟଣା ରେଞ୍ଜ ଦେଇ ମୟୁରଭଞ୍ଜ ର କରଞ୍ଜିଆ ରେଞ୍ଜ କୁ ଚାଲି ଯାଇଥିବା ବେଳେ ଏକମାସ ପରେ ପୁଣି ଚମ୍ପୁଆ ରେଞ୍ଜ କୁ ଲେଉଟି ଆସି ଗତ ରାତି ମାଳିପଶି ଗାଁ ରେ ତିନୋଟି ଘର ଭାଗିଂ ଘର ଭିତରୁ ଧାନ ଚାଉଳ ଖାଇଛନ୍ତି l ହାତୀପଲକୁ ନେଇ ଆଖପାଖ ଗାଁ ଗୁଡିକରେ ଭୟର ବାତାବରଣ ଦେଖାଦେଇଛି lସୂଚନା ଯେlଗ୍ୟକି ଏହି ହାତୀ ପଲ ପୂର୍ବରୁ ଚମ୍ପୁଆ ରେଞର ପତଳା, ବସିରା, କାଳିକାପ୍ରସାଦ, କୣଷ୍ନପୁର, ରଜିଆ,ମୁକୁନ୍ଦ ପୁର ଆଦି ଗାଁ ରେ ବ୍ୟାପକ କ୍ଷୟ କ୍ଷତି କରିଥିଲେ l ହାତୀପଲଙ୍କ ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



