ୱାକୋ ଇଣ୍ଡିଆ ଜୁନିଅର୍ ନେସନାଲ କିକ୍ ବକ୍ସିଂ ଚାମ୍ପିୟନସିପ୍ ୨୦୨୫ରେ ଢ଼େଙ୍କାନାଳ କୁ ୫ ପଦକ
. ହିମାଚଳ ପ୍ରଦେଶର,ସୋଲାନ,ନାଓନି ର ଡ଼.ୱାଇ ଏସ ପର୍ମାର ଉନିଭର୍ସିଟି ଠାରେ ଜିମ୍ନାସିୟମ୍ ହଲ୍ ରେ ସେପ୍ଟେମ୍ବର ୨୨ – ୨୬ ୱକୋ ଇଣ୍ଡିଆ ଜୁନିଅର୍ ନେସନାଲ କିକ୍ ବକ୍ସିଂ ଚାମ୍ପିୟନସିପ୍ ଅନୁଷ୍ଠିତ ହୋଇଥିଲା। ଏହି ଚାମ୍ପିଅନସିପ ରେ ୱାକୋ ଓଡିଶା ୩୨ଟି ପଦକ ହାସଲ କରିଛି। ସେଥିମଧ୍ୟରୁ ଢ଼େଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ ର ମୋଟ ୫ଟି ପଦକ ରୁ ଗୋଟିଏ ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ହାସଲ କରିଛନ୍ତି। ବାଳିକା ବିଭାଗ ରେ ରୋଜାଲିନ ସ୍ୱାଇଁ -୬୫ କେ.ଜି. କିକ୍ଲାଇଟ୍ ରେ ରୌପ୍ୟ ଏବଂ ପଏଣ୍ଟ ଫାଇଟ୍ ରେ କାଂସ୍ୟ ପଦକ, ଗାୟତ୍ରୀ ପଟ୍ଟନାୟକ -୫୫କେ.ଜି. ଲାଇଟ୍ କଣ୍ଟାକ୍ଟ ଫାଇଟ୍ ରେ କାଂସ୍ୟ ପଦକ ସେହିପରି ବାଳକ ବିଭାଗ ରେ ଓମ୍ ପ୍ରସାଦ ଭଞ୍ଜ ୟଙ୍ଗର ଜୁନିଆର – ୬୭ କେ.ଜି ଫୁଲ୍ କଣ୍ଟାକ୍ଟ ଫାଇଟ ରେ କାଂସ୍ୟ ପଦକ, ଶୁଭଙ୍କର ନାୟକ ଓଲ୍ଡର ଜୁନିଅର୍ -୫୪କେ.ଜି ଫୁଲ୍ କଣ୍ଟାକ୍ଟ ଫାଇଟ୍ ରେ କାଂସ୍ୟ ପଦକ ହାସଲ କରିଛନ୍ତି। ମିହିର କୁମାର ସାହୁ ଓଡ଼ିଶା ଟିମ୍ କୋଚ୍ ଭାବରେ ଦାୟିତ୍ବ ତୁଲାଇଥିଲେ। ଏହି ଚାମ୍ପିଅନସିପ ପାଇଁ ଦଳର ଖେଳାଳୀ ମାନେ କଠିନ ଅଭ୍ୟାସ କରିଛନ୍ତି। ପ୍ରତିଥର ପରି ଏଥର ମଧ୍ୟ ଖେଳାଳୀ ମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଉକ୍ତ ପ୍ରତିଯୋଗୀତା ରେ ଭାଗ ନେବାପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ କ୍ରୀଡା ବିଭାଗ ଓଡ଼ିଶା ସରକାର ଙ୍କ ଦ୍ଵାରା ବହନ କରାଯାଇ ଥିଲା। ଏହି ଅବସର ରେ ଢ଼େଙ୍କାନାଳ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ ସୁଦିତ କୁମାର ସାହୁ,ଆମେଚର୍ କିକ୍ ବକ୍ସିଂ ଓଡ଼ିଶା ର ସଭାପତି କାର୍ତ୍ତିକ ଡାକୁଆ, ସମ୍ପାଦକ ବିଚିତ୍ର ନାରାୟଣ ଜେନା, ଢ଼େଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସମସ୍ତ ସଦସ୍ୟ ଏଵଂ ଆସୋସିଏସନ୍ ର କୋଚ୍ ମାନେ ସମସ୍ତେ ଖେଳାଳୀ ମାନଙ୍କ ର ସଫଳତା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।



