ଭାରତ -ପାକିସ୍ତାନ ମଧ୍ୟରେ ପୁଣି ଯୁଦ୍ଧ ଆଶଙ୍କା ପ୍ରକାଶ ପାଇଛି। ମେ’ରେ ‘ଅପରେଶନ ସିନ୍ଦୂର’ ପରଠାରୁ ଦୁଇଦେଶ ମଧ୍ୟରେ ବାକ୍ଯୁଦ୍ଧ ଲାଗିରହିଥିବାବେଳେ ଆମେରିକା ସହ ଭାରତର ସମ୍ପର୍କ ତିକ୍ତ ହୋଇପଡ଼ିଛି।ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଭାରତ ବିରୋଧରେ ପୁଣି ଥରେ ଆକ୍ରମଣାତ୍ମକ ବୟାନ ଦେଇଛନ୍ତି।
ଏକ ଟିଭି ସାକ୍ଷାତ୍କାରରେ ସେ କହିଛନ୍ତି ଯେ ଭାରତ ସହିତ ଯୁଦ୍ଧର ସମ୍ଭାବନା ବାସ୍ତବ ଓ ପ୍ରବଳ। ଯଦି ଯୁଦ୍ଧ ହୁଏ, ତେବେ ପାକିସ୍ତାନକୁ ପୂର୍ବ ଅପେକ୍ଷା ଅଧିକ ଭଲ ପରିଣାମ ମିଳିବ ବୋଲି ସେ କହିଛନ୍ତି। ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନକୁ ଭୀଷଣ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।ଗତ କିଛି ଦିନ ହେବ ଭାରତର ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦିଓ୍ବେବୀ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ, ଯଦି ପାକିସ୍ତାନକୁ ବିଶ୍ବକପ୍ ମ୍ୟାପ୍ରେ ନିଜ ସ୍ଥାନ ବଜାୟ ରଖିବାର ଅଛି ତେବେ ଆତଙ୍କବାଦର ସମର୍ଥନ ବନ୍ଦ କରିବାକୁ ହେବ। ଆସିଫ କହିଛନ୍ତି, ହିନ୍ଦୁସ୍ତାନ କେବେ ବି ଗୋଟିଏ ଦେଶ ନଥିଲା ଭାରତୀୟ ଉପମହାଦେଶରେ ୫୪୦ ଟି ଗଡ଼ଜାତ ରାଜ୍ୟ ଥିଲା।କିନ୍ତୁ ପାକିସ୍ତାନ ଆଲ୍ଲାହଙ୍କ ନାମରେ ନିର୍ମିତ ହୋଇଥିଲା, ଏହା ଏକକ ଦୃଷ୍ଟିକୋଣ ଉପରେ ଆଧାରିତ। ଆପଣ ଦେଖନ୍ତୁ ଏଠାରେ କେତେ ଝଗଡା ଚାଲିଥିଲା, କିନ୍ତୁ (ଭାରତ ସହ ଲଢେଇ ବେଳେ) ସାରା ଦେଶ ୪-୫ ଦିନ ଏକଜୁଟ୍ ହୋଇଯାଇଥିଲା।ମୋ ମତରେ ଆଲ୍ଲାହା ଏଭଳି ନକରନ୍ତୁ, କିନ୍ତୁ ଯୁଦ୍ଧ ହେବାର ଚାନ୍ସ ରହିଛି, ମୁଁ ଏହାକୁ ମନା କରିପାରିବନି, କିନ୍ତୁ ଯୁଦ୍ଧ ହେବାମାତ୍ରେ ଆମେ ପୂର୍ବ ତୁଳନାରା ଅଧିକ ଭଲ ପରିଣାମ ହାସଲ କରିବୁ।’ଆସିଫ ଏହା ପୂର୍ବରୁ ଭାରତକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ସାରିଛନ୍ତି। ସେ ଏକ୍ସରେ ପୋଷ୍ଟ କରିଥିଲେ, ଇତିହାସର ସବୁଠାରୁ ଖରାପ ହାର ପରେ ଭାରତରେ ଜନମତ ଯେଉଁଭଳି ଭାବରେ ସରକାରଙ୍କ ବିରୋଧରେ ରହିଛି ପିଏମ୍ ମୋଦି ଓ ତାଙ୍କ ଗୋଷ୍ଠୀ ନିଜର ବିଶ୍ବାସନୀୟତା ହରାଇଛନ୍ତି। ପାକିସ୍ତାନ ଆଲ୍ଲାହାଙ୍କ ନାମରେ ସ୍ଥାପିତ ଏକ ରାଷ୍ଟ୍ର। ଆମର ରକ୍ଷକ ଆଲ୍ଲାହାଙ୍କ ସିପାହୀ। ଏଥର ଇଶ୍ବରଙ୍କ ଇଛାରେ ଭାରତ ନିଜର ବିମାନର ଧ୍ବଂସାବଶେଷରେ ପୋତି ହୋଇଯିବ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

