ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦଯାପିତ
ଢେଙ୍କାନାଳ : 14/10- ଆଜି ସନ୍ଧ୍ୟାରେ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା 2025 ଉଦଯାପିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏହି ବର୍ଷ ପଲ୍ଲିଶ୍ରୀ ମେଳାରେ 4 କୋଟିରୁ ଅଧିକ ବ୍ୟବସାୟ ହେଇଛି ଯାହାକି ବ୍ୟବସାୟୀ ମାନଙ୍କୁ ପ୍ରୋତ୍ସାହିତ କରିବ l ଏଥିସହିତ ପୂଜାର ସୁପରିଚାଳନ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ, ପୂଜା କମିଟିର କର୍ମକର୍ତ୍ତା ଓ ଜିଲ୍ଲା ବାସୀଙ୍କୁ ଧନ୍ୟବାଦ ଜ୍ଞlପନ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନଵ ସୋନକର ଯୋଗଦେଇ କହିଥିଲେ ଯେ,ଏହି ବର୍ଷ ପୂଜା ବହୁତ ଶାନ୍ତି ଶୃଙ୍ଖଳା ସହିତ ଚାଲିଛି l ଯାହାକି ସମସ୍ତ ଙ୍କ ସହାଭାଗିତାରେ ସମ୍ଭବ ହେଇପାରିଛି ଏହି ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଅକ୍ଟୋବର 8 ତାରିଖରୁ ଆରମ୍ଭ ହେଇଥିଲା l ଏହି ମେଳାର ମୁଖ୍ୟ ଉଦ୍ୟେଶ ହେଉଛି ଗ୍ରାମୀଣ ସାମଗ୍ରୀ ର ବିକ୍ରୟ ପାଇଁ ଗୋଟେ ଉତ୍କୃଷ୍ଠ ବଜାର ସୃଷ୍ଟି କରିବା l କାର୍ଯ୍ୟକ୍ରମର ସ୍ୱାଗତ ଭାଷଣ ଓରମାସର ଡେପୁଟି ସିଇଓ ଶ୍ରୀ ସୁବଳ କୁମାର ଜେନାମଣି ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବନ ଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ l



