ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ମାଘର ଲେlକେ
କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ। ବାରିଆ ଥାନା ଅନ୍ତର୍ଗତ କଞ୍ଚନଡୁମୁରିଆ ଗାଁ ରେ ମହିଳାଙ୍କ ସନ୍ଦେହଜନକ ମୣତ୍ୟୁ ହୋଇଥିବା ନେଇ ସୂଚନା l ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ମାଆ ଘର ଲେlକ l କଞ୍ଚନ ଡୁମୁରିଆ ଗ୍ରାମ ର ବେନିସାଗର ଙ୍କ ସ୍ତ୍ରୀ ଜେମାମଣି ଙ୍କ ସନ୍ଦେହଜନକ ଭାବେ ଆଜି ମୣତ୍ୟୁଘଟିଥିଲା । ଖବର ପାଇ ଜେମାମଣୀଙ୍କ ପିଉସୀ ମାଳତୀ ମୁଣ୍ଡା କଞ୍ଚନ ଡୁମୁରିଆ ଗାଁ କୁ ଆସି ସ୍ବାମୀ ବେନିସାଗର ନାଏକ ମାଳତୀକୁ ତନ୍ଟୀ ଚିପି ହତ୍ୟା କରିଥିବା ନେଇ ବାରିଆ ଥାନାରେ ଅଭିଯୋଗ କରିବା ପରେ ପେlଲିସ ଗାଁରେ ପହଞ୍ଚି ମୣତକଙ୍କ ଶବକୁ ଜବତ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ସୂଚନା ।ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ବାରିଆ ପୋଲିସ୍ l ଜେମାମଣୀ ଓ ଵେନିସାଗର ପ୍ରେମ ବିବାହ କରିଥିବା ବେଳେ ଦୁହିଁଙ୍କ ମଧରେ ବହୁ ସମୟରେ କଳିଝଗଡା ଲାଗି ରହୁଥିବା ନେଇ ସୂଚନା।ମୣତକ ଜେମାମଣୀ ଙ୍କ ଦୁଇ ଝିଅ ଗୋଟେ ପୁଅ ଥିବା ନେଇ ସୂଚନା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜେମାମଣୀଙ୍କ ମୣତ୍ୟୁର ରହସ୍ୟ ଉପରୁ ପରଦା ଉଠିବା ନେଇ ଅନୁମାନ କରାଯାଉଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




