ମଧ୍ୟାହ୍ନ ଭୋଜନ ରେ ଶାନ୍ତ

ଅନୁଗୁଳ, ସେମାନେ ସ୍କୁଲର ଛାତ୍ର କିମ୍ବା ଛାତ୍ରୀ ନୁହନ୍ତି । କୌଣସି ଛାତ୍ର ଛାତ୍ରୀର ଅଭିଭାବକ ମଧ୍ୟ ନୁହେଁ । ଶିକ୍ଷା ବିଭାଗର ଶିକ୍ଷକ କିମ୍ବା କୌଣସି ଅଧିକାରୀ ଭାବରେ ତାଙ୍କର କୌଣସି ଦାୟୀତ୍ଵ ମଧ୍ୟ ନାହିଁ । ତଥାପି ସେମାନେ ଧାରା ବାହିକ ଭାବରେ ସ୍କୁଲ ରେ ଏକ ନିର୍ଦ୍ଦିଷ୍ଟ ସମୟରେ ନିଜର ଉପସ୍ଥିତି ଜାହିର କରନ୍ତି । ବାକ ଶକ୍ତି ନ ଥିବା ଏହି ପ୍ରାଣୀ ଦୁଇଟି ସ୍କୁଲ ଭିତରେ ମଧ୍ୟାହ୍ନ ଭୋଜନ କରିବା ସମୟରେ ଉପସ୍ଥିତ ରହି ଭୋଜନ କରୁଥିବା ଦୃଶ୍ୟ ସାଧାରଣରେ କୌତୁହଳ ସୃଷ୍ଟି କରୁଛି । ଗୋଟିଏ ବଣୁଆ ମାଙ୍ଗଡ ଓ ଜଙ୍ଗଲି କୁକୁଡା ଓ ମାଈ କୁକୁଡା ପ୍ରତିଦିନ ମଧ୍ୟାହ୍ନ ଭୋଜନ ହେବା କ୍ଷଣି ସ୍କୁଲ ଭିତରକୁ ପଶି ଆସନ୍ତି । ସେମାନଙ୍କ ଆସିବା ଦେଖି ସ୍କୁଲର ଶିକ୍ଷକ ଅଥବା ମଧ୍ୟାହ୍ନ ଭୋଜନ ଦାୟୀତ୍ବରେ ଥିବା ବ୍ୟକ୍ତି ମାନେ ମାଙ୍କଡ ତଥା କୁକୁଡା ମାନଙ୍କୁ ଖାଇବାକୁ କିଛି ଖାଦ୍ୟ ଦେବାକୁ ଏକ ପ୍ରକାର ବାଧ୍ୟ ଅଟନ୍ତି । ଖାଦ୍ୟ ଖାଇ ସାରିବା ପରେ କୁକୁଡା ଓ ମାଙ୍କଡ ନିଜ ଗନ୍ତବ୍ୟ ସ୍ଥଳକୁ ଫେରିଯିବା ଘଟଣା କୁ ନେଇ ଅଂଚଳରେ ଅନେକ କିଛି ଶୁଣା ଯାଉଛି । କୌଣସି କାରଣରୁ ଯଦି କେବେ ଖାଦ୍ୟ ମିଳି ନଥାଏ ସେଦିନ ମାଙ୍କତ ସ୍କୁଲ ପରିଶରରେ ଉପାତ ଜରିଦିଏ । ମାଙ୍ଗଡର ଉପାତ ରେ ସ୍କୁଲର ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ନିଜକୁ ଅସୁରକ୍ଷିତ ମନେ କରନ୍ତି । ଘଟଣା ସଂପର୍କରେ ସ୍ଥାନୀୟ କରତପଟା ବନ ବିଭାଗ ଅଫିସରେ ସୁଚନା ଦେବା ସଙ୍ଗେ ମାଙ୍କଡକୁ କିନ୍ତୁ ବନ ବିଭାଗ ଧରିବାରେ ସଫଳ ହୋଇ ପାରି ନାହିଁ । ଏହି ବିରାଟ କାୟ ଅଣ୍ଡିରା ପାତି ମାଙ୍କଡ ବିଭିନ୍ନ ଲୋକଙ୍କ ଘର ଭିତରେ ପଶି ଖାଦ୍ୟ ଦବ୍ୟ ଖାଇବା ସହିତ ଅନେକ ପ୍ରକାର ଆସବାବ ପତ୍ର ତଥା ଫସଲ ନଷ୍ଟ କରୁଥିବା ସମ୍ପର୍କରେ ଅଂଚଳବାସୀ ବନ ବିଭାଗ ର ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ । ମାଙ୍କଡ ଟି ଜଙ୍ଗଲ ଛାଡି ଗ୍ରାମର କୌଣସି ଗଛ ଡାଳରେ ରହି ଏମିତି ଆତଙ୍କ ଚଳାଇଛି । ଗ୍ରାମ ବାସୀଙ୍ଗ ଘରେ ଉପାତ କରିବା ସହିତ ଜଳିଙ୍ଗ ହାଇ ସ୍କୁଲ ଭିତରେ ପଶି ଉତ୍ପାତ କରିବା ଘଟଣାରେ ଅଭିଭାବକ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଉକ୍ତ ମାଙ୍ଗଡକୁ ସେ ଅଂଚଳରୁ ସ୍ଥାନାନ୍ତର କରିବାକୁ ଦାବୀ ହେଉଛି । ମାଙ୍କଡ ଧରା ହୋଇ ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ସ୍କୁଲ ପକ୍ଷରୁ ମଧ୍ୟାହ୍ନ ଭୋଜନ ସମୟରେ ତାକୁ କିଛି ଖାଦ୍ୟ ଦେଇ ତାର ଉପାତ କୁ ଶାନ୍ତ କରିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ । ଠିକ ସେହିପରି ଜଙ୍ଗଲି କୁକଡା ଦୁଇଟି ମଧ୍ୟ ପ୍ରତିଦିନ ଠିକ ମଧ୍ୟାହ୍ନ ଭୋଜନ ସମୟରେ ସ୍କୁଲ ପରିଶରକୁ ଆସି ବଳକା ପଡୁଥିବା ଖାଦ୍ୟକୁ ଖାଇବା ପରେ ଜଙ୍ଗଲକୁ ଫେରିଯିବା ଘଟଣା ନିତ୍ୟ ନିୟମୀତ ଅଟେ । ଉତ୍ପାତ ରଚୁଥିବା ଏହି ମାଙ୍ଗଡକୁ କାବୁ କରିବାରେ ବନ ବିଭାଗ କେବେ ସଫଳ ହେବ ଦେଖିବାକୁ ବାକି ରହିଲା।



