ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିହାର ନିର୍ବାଚନ ଏବଂ ଅନ୍ୟ ରାଜ୍ୟରେ ହେଉଥିବା ଉପନିର୍ବାଚନର ୪୮ ଘଣ୍ଟା ମଧ୍ୟରେ ଏକ୍ଜିଟ୍ ପୋଲ୍ ଏବଂ ନିର୍ବାଚନ ସମ୍ପର୍କିତ ତଥ୍ୟ ପ୍ରଦର୍ଶନ ପରେ ସମସ୍ତ ଗଣମାଧ୍ୟମ ଏବଂ ପ୍ରସାରଣକାରୀ ସଂସ୍ଥାଗୁଡ଼ିକ ଉପରେ କଟକଣା ଜାରି କରାଯାଇଛି । ଟେଲିଭିଜନ୍, ରେଡିଓ ଚ୍ୟାନେଲ୍ ଏବଂ କେବୁଲ୍ ନେଟ୍ୱାର୍କଗୁଡ଼ିକ ଉପରେ ଏହି ୪୮ ଘଣ୍ଟା ମଧ୍ୟରେ କୌଣସି ସ୍ୱତନ୍ତ୍ର ଦଳ ବା ପ୍ରାର୍ଥୀ କିମ୍ବା ନିର୍ବାଚନ ଫଳଫଳକୁ ପ୍ରଭାବିତ କରୁଥିବା ସମ୍ପର୍କିତ ତଥ୍ୟ ଆଲୋଚନା କରିବା ନେଇ କଟକଣା ଲାଗୁ କରାଯାଇଛି ।
ଓପିନିୟନ୍ ପୋଲ୍ ପ୍ରଦର୍ଶନ ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି ।ବିହାର ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ଆସନ୍ତା ମାସ ୬ ଏବଂ ୧୧ ତାରିଖରେ ଅନୁଷ୍ଠିତ ହେବ । ଆୟୋଗଙ୍କ ପକ୍ଷରୁ ଏକ୍ଜିଟ୍ ପୋଲ୍ ପରିଚାଳନା ଏବଂ ଫଳାଫଳ ସମ୍ପର୍କିତ ତଥ୍ୟ ମୁଦ୍ରଣ କିମ୍ବା ଇଲୋକ୍ଟ୍ରୋନିକ୍ସ ଗଣମାଧ୍ୟମରେ ପ୍ରକାଶ କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି । ଏହା ଆସନ୍ତା ମାସ ୬ ତାରିଖ ସକାଳ ୭ଟାରୁ ୧୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।



